ପରଲୋକରେ ସୁପ୍ରସିଦ୍ଧ ଊର୍ଦ୍ଧ୍ୱୁ କବି ମୁନବ୍ବର ରାଣା, ଦୀର୍ଘଦିନ ଧରି କିଡନୀ ଓ ହୃଦରୋଗରେ ଥିଲେ ପୀଡିତ

Published By : Prameya-News7 Bureau | January 15, 2024 IST

ଲକ୍ଷ୍ନୌ ୧୫/୦୧: ସୁପ୍ରସିଦ୍ଧ ଊର୍ଦ୍ଧ୍ୱୁ କବି ମୁନବ୍ବର ରାନାଙ୍କ ପରଲୋକ । ଏବେ ଆଉ ଶୁଣିବାକୁ ମିଳିବନି ତାଙ୍କ କବିତା । ନୀରବି ଯାଇଛି ତାଙ୍କର ସ୍ୱର । ୭୧ ବର୍ଷ ବୟସରେ ତ୍ୟାଗ କରିଛନ୍ତି ଶେଷ ନିଶ୍ୱାସ । ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ଧରି ସେ କିଡନୀ ଓ ହୃଦରୋଗ ସମ୍ବନ୍ଧୀୟ ରୋଗୀରେ ପୀଡ଼ିତ ଥିଲେ।

ମୁନବ୍ବର ରାଣାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଲାଗିଛି ଶକ୍ତ ଝଟକା । ମୁନବ୍ବରଙ୍କ ଝିଅଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତିରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ । ମୁନବ୍ବରଙ୍କ ମୃତ୍ୟୁ ପରେ ପତ୍ନୀ, ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି । ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ।

ପ୍ରଥମେ ତାଙ୍କୁ ମେଦାନ୍ତ ହସ୍ପିଟାଲ ଓ ପରେ ଏସଜିପିଜିଆଇରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ମାତ୍ର ଡାକ୍ତରଙ୍କ ଶତ ଚେଷ୍ଟା ସତ୍ତ୍ୱେ ସେ ରବିବାର ରାତିରେ ଆଖି ବୁଜିଛନ୍ତି । ସୂଚନା ଥାଉକି, ବିଭିନ୍ନ ପ୍ରସଙ୍ଗରେ ନିଜର ମନ୍ତବ୍ୟ ପାଇଁ ବିବାଦରେ ଛନ୍ଦି ହୋଇଥିଲେ ମୁନବ୍ବର ।

୨୦୧୧ ମସିହାରେ ଉତ୍ତରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିବାଦୀୟ ବୟାନ ଦେଇଥିଲେ । କହିଥିଲେ ଯୋଗୀ ଆଦିତ୍ୟନାଥ ପୁଣି ଥଣେ ୟୁପିର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡ଼ିଦେବି। ସେ ରାଜ୍ୟରେ ଭେଦଭାବ ବିସ୍ତାର କରାଇଥିବା ସେ ଅଭିଯୋଗ କରିଥିଲେ । ଗତ ୨୦୨୧ ମସିହାରେ ମୁନବ୍ବରଙ୍କ ପୁଅ ତବରେଜଙ୍କ ଉପରକୁ ଫାୟାରିଂ ହୋଇଥିଲା। ଏହାପରେ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ମୁନବ୍ବର।

you can also read..

wp:embed {"url":"https://www.prameyanews7.com/22-killed-several-injured-after-illegal-goldmine-collapses-in-tanzania/","type":"wp-embed","providerNameSlug":"prameya-news-7"}
https://www.prameyanews7.com/22-killed-several-injured-after-illegal-goldmine-collapses-in-tanzania/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.