ନଭେମ୍ୱର ୮ ସୋମବାର ଚନ୍ଦ୍ରଗ୍ରହଣ; ଜାଣନ୍ତୁ ଓଡ଼ିଶାରେ କେଉଁଠି କେତେବେଳେ ଲାଗିବ ଗ୍ରହଣ

Published By : Prameya-News7 Bureau | November 08, 2022 IST

ଭୁବନେଶ୍ୱର ୦୮/୧୧: ସୋମବାର ୨୦୨୨ ନଭେମ୍ୱର ୮ ଚନ୍ଦ୍ର ଗ୍ରହଣ ଲାଗିବ। ଓଡ଼ିଶା ସହିତ ସାରା ଭାରତ ଏହି ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ। ଚନ୍ଦ୍ର ଗ୍ର଼ହଣ ଦେଖିବାକୁ ସମସ୍ତେ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ତାହେଲେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ କେଉଁ ସମୟରେ ଗ୍ରହଣ ଲାଗିବାକୁ ଯାଉଛି।ଭୁବନେଶ୍ବରରେ ୫.୦୫.୪୭ (୫ ମିନିଟ୍ ୪୯ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବ। ବାଲେଶ୍ବରରେ  ୫.୧୫.୩୯ (୨୫ ମିନିଟ୍ ୫୭ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହୋଇ ଦୃଶ୍ୟମାନ ହେବ। ଅନ୍ୟପଟେ କେନ୍ଦ୍ରାପଡ଼ା ଜିଲ୍ଲାରେ ୫.୦୩.୦୩ (୮ ମିନିଟ୍ ୩୩ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବାକୁ ଯାଉଛି।

ଜଗତସିଂପୁରରେ ୫.୦୪.୨୬ (୭ ମିନିଟ୍ ୧୦ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବ। ସେହିପରି ବାରିପଦାରେ ୪.୫୯.୪୨ (୧୧ ମିନିଟ୍ ୫୪ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବ। ଯାଜପୁର ୫.୦୨.୫୩ (୮ ମିନିଟ୍ ୪୩ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବ। ଭଦ୍ରକରେ ୫.୦୧.୫୩ (୯ ମିନିଟ୍ ୪୩ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବ ବୋଲି ଜଣାପଡ଼ିଛି।ସେପଟେ କେନ୍ଦୁଝରରେ ମଧ୍ୟ ୫.୦୭.୪୬ (୩  ମିନିଟ୍ ୫୦ ସେକେଣ୍ଡ ପୂର୍ଣ୍ଣ ଗ୍ରହଣ) ଗ୍ରହଣ ଆରମ୍ଭ ହେବ ବୋଲି କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.