ପ୍ରଥମେ ସତ୍ୟପାଠ ଦିଅନ୍ତୁ ଯେ ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ, NC ନେତା ଆକବର ଲୋନଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

Published By : Prameya-News7 Bureau | September 04, 2023 IST

ନୂଆଦିଲ୍ଲୀ: ପାକିସ୍ତାନ  ଜିନ୍ଦାବାଦ ନାରାକୁ ନେଇ ସୁପ୍ରିମକୋର୍ଟ ନ୍ୟାସନାଲ କନଫରେନ୍ସର ନେତା ମହମ୍ମଦ ଆକବର ଲୋନଙ୍କୁ କଡ଼ା ଶବ୍ଦରେ ଭର୍ତ୍ସନା କରିଛନ୍ତି। ସୁପ୍ରିମକୋର୍ଟ ଲୋନଙ୍କୁ ଭାରତର ସମ୍ବିଧାନ ପ୍ରତି ନିଷ୍ଠାର ଶପଥ ନେବା ଓ ଦେଶର ସାର୍ବଭୌମତ୍ଵକୁ ସ୍ଵୀକାର କରୁଛନ୍ତି କି ନାହିଁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୮ରେ ଜାମ୍ମୁ-କାଶ୍ମୀର ବିଧାନସଭାରେ ଲୋନ 'ପାକିସ୍ତାନ ଜିନ୍ଦାବାଦ' ନାରା ଦେଇଥିଲେ। ଏହାକୁ ନେଇ ବିବାଦ  ଥିବାରୁ କୋର୍ଟ ସୋମବାର ଲୋନଙ୍କୁ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଆଇନଜୀବୀ କପିଲ ସିବଲ ମଙ୍ଗଳବାର ସୁଦ୍ଧା ଲୋନ ସତ୍ୟପାଠ ଦାଖଲ କରିବ ବୋଲି ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ଵାଧୀନ ୫ ଜଣିଆ ସମ୍ବିଧାନ ପୀଠକୁ ଜଣାଇଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- କମିଛି ଅନୁପ୍ରବେଶ, ବିଛିନ୍ନତାବାଦୀ ଆନ୍ଦୋଳନ ସମ୍ପୂର୍ଣ୍ଣ ବନ୍ଦ, କେତେ ବଦଳିଛି ଜାମ୍ମୁ-କାଶ୍ମୀର ପରିସ୍ଥିତ? କୋର୍ଟଙ୍କୁ ସୂଚନା ଦେଲେ କେନ୍ଦ୍ର ସରକାର

/wp:heading

ମହମ୍ମଦ ଆକବର ଲୋନ ଜାମ୍ମୁ-କାଶ୍ମୀର ରାଜ୍ୟକୁ ସ୍ଵତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପିଟିସନ ଦାୟର କରିଥିବା ଆବେଦନକାରୀଙ୍କ ମଧ୍ୟରୁ ଜଣେ। ସିବଲ କହିଛନ୍ତି ଯଦି ଲୋନ ଏହି ସତ୍ୟପାଠ ଦାଖଲ ନ କରନ୍ତି ତେବେ ସେ ତାଙ୍କ କେସ୍ ଲଢିବେ ନାହିଁ। ଲୋନ ଜଣେ ଲୋକସଭାର ସାଂସଦ। ଭାରତର ନାଗରିକ ଏବଂ ସେ ସମ୍ବିଧାନ ଅନୁସାରେ ନିଜ ପଦର ଶପଥ ପାଠ ନେଇଛନ୍ତି। ସେ ଭାରତର ସାର୍ବଭୌମତ୍ଵକୁ ସ୍ଵୀକାର କରନ୍ତି ବୋଲି କପିଲ୍ ସିବଲ୍ କହିଛନ୍ତି।

wp:heading {"level":4}

ଅଧିକ ପଢନ୍ତୁ- ଯେ କୌଣସି ମୁହୂର୍ତ୍ତରେ ଜାମ୍ମୁ-କାଶ୍ମୀରରେ ନିର୍ବାଚନ କରିବାକୁ ଆମେ ପ୍ରସ୍ତୁତ: ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଲେ କେନ୍ଦ୍ର ସରକାର

/wp:heading

ଏହା ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, କେନ୍ଦ୍ର ସରକାର ଚାହାନ୍ତି ୨୦୧୮ରେ ଜାମ୍ମୁ-କାଶ୍ମୀର ବିଧାନସଭାରେ 'ପାକିସ୍ତାନ ଜିନ୍ଦାବାଦ' ନାରା  ଲଗାଇଥିବା ଲୋନ ପ୍ରଥମେ କ୍ଷମା ମାଗନ୍ତୁ। ଲୋନଙ୍କୁ ଏହା ଜଣାଇବାକୁ ପଡ଼ିବ ଯେ, ସେ ସମ୍ବିଧାନ ପ୍ରତି ନିଷ୍ଠା ରଖନ୍ତି କି ନାହିଁ। କାଶ୍ମୀରୀ ପଣ୍ଡିତଙ୍କ ଏକ ଗୋଷ୍ଠୀ ସେପ୍ଟେମ୍ବର ୧ରେ ସୁପ୍ରିମକୋର୍ଟରେ ଏନସି ନେତା ଲୋନଙ୍କ ଭାରତୀୟତା ନେଇ ପ୍ରଶ୍ନ ଉଠାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.