କାଳ ଡ୍ୟାମ୍ ଟାପୁରୁ ମତ୍ସ୍ୟଜୀବୀ ଉଦ୍ଧାର, ଦୀର୍ଘ ୨ ଘଣ୍ଟା ଫସି ରହିଥିଲେ

Published By : Prameya-News7 Bureau | October 24, 2024 IST

ଉଦଳା ୨୪।୧୦: ବାତ୍ୟା ‘ଦାନା’ ପ୍ରଭାବରେ ବଢିଛି ପବନ ଏବଂ ବର୍ଷା । ଯାହା ପ୍ରଭାବରେ ମାଛ ଧରିବାକୁ ଯାଇଥିବା ଜଣେ ମତ୍ସ୍ୟଜୀବୀ ଟାପୁରେ ଫସି ରହିଥିଲେ । ଦୀର୍ଘ ୨ ଘଣ୍ଟାରୁ ଅଧିକ ହେବ ଫସି ରହିଥିବା ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଓଡ୍ରାଫ ଟିମ୍ । କପ୍ତିପଦା ବ୍ଲକ କାଳ ଡ୍ୟାମ୍‌ରେ ଟାପୁ ଭିତରେ ଫସି ରହିଥିଲେ ମତ୍ସ୍ୟଜୀବୀ ପ୍ରଶାନ୍ତ କୁମାର ମଢେଇ । ଗୁରୁବାର ସକାଳେ ସେ ମାଛ ଧରିବାକୁ ଡ୍ୟାମ୍ ଭିତରକୁ ଯାଇଥିବା ବେଳେ ପବନର ବେଗ ବଢିବା ସହିତ ଡ୍ୟାମ୍‌ରେ ଜୁଆର ଆସିବାରୁ ଟାପୁରେ ଫସି ରହିଥିଲେ ଯୁବକ । ଦୀର୍ଘ ଦେଢ଼ ଘଣ୍ଟାର ଅପରେସନ ପରେ ଯୁବକଙ୍କୁ ଓଡ୍ରାଫ ଟିମ୍ ଉଦ୍ଧାର କରିଛି । ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ୍‌କୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଶେଷରେ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି । ବର୍ଷା ଏବଂ ପବନ ମାଡ଼ ଖାଇବା କାରଣରୁ ସେ ଭଲ ଭାବେ କଥା କହିପାରୁ ନଥିବା ଜଣାପଡିଛି ।

You Can Read:

ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ, ୪୦ ବିମାନ ସେବା ପ୍ରଭାବିତ ହେବ

 

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.