ମହାନଦୀରେ କମିଛି ବନ୍ୟାର ପ୍ରକୋପ ; ଚାଷୀଙ୍କ ଆର୍ଥୀକ ମେରୁଦଣ୍ତରେ ଲାଗିଛି ଶକ୍ତ ଆଘାତ, ପ୍ରଭାବିତ ହୋଇଛି କୃଷିକ୍ଷେତ୍ର

Published By : Prameya-News7 Bureau | August 04, 2023 IST

କଟକ 04/08 :ମହାନଦୀରେ କମିଛି ବନ୍ୟାର ପ୍ରକୋପ , ହେଲେ ଏହି ବନ୍ୟାଯୋଗୁଁ ବହୁଳ ଭାବରେ ପ୍ରଭାବିତ ହୋଇଛି କୃଷିକ୍ଷେତ୍ର। କଟକ ଜିଲ୍ଲାର ସର୍ବାଧିକ ଅମଳକ୍ଷମ ଅଞ୍ଚଳ ଭାବେ ପରିଚିତ ବାଙ୍କୀ ଅଞ୍ଚଳରେ ଚାଷୀଙ୍କ ଆର୍ଥୀକ ମେରୁଦଣ୍ତରେ ଯେମିତି ଶକ୍ତ ଆଘାତ କରିଛି ଏହି ବନ୍ୟା। ଶାରଦ ଧାନ ସାଙ୍ଗକୁ ଫସଲ ଚାଷରେ ହୋଇଛି ବ୍ୟାପକ କ୍ଷତି। କୃଷିକ୍ଷେତ୍ରକୁ ଧସେଇ ପସିଥିବା ବନ୍ୟାଜଳ ନିକଟ ଭବିଷ୍ଯତରେ ଛାଡିବାର ନାହିଁ। ତେଣୁ ଧାନତଳି ପଚିଯିବାଟା ନିଶ୍ଚିତ।

Also Read- ତେରମାଣପୁର ମହାନଦୀ ରିଂ ବନ୍ଧରେ ୩୦ ଫୁଟର ଘାଇ, ୩୦୦ ପରିବାର ଜଳବନ୍ଦୀ

{"id":826268,"sizeSlug":"full","linkDestination":"none"}

ମହାନଦୀରୁ ବନ୍ୟାପାଣି ଛାଡିବା ଆରମ୍ଭ ହେଲାଣି। ହେଲେ ଗାଁ ଗହୀରରେ ଏବେବି ଅଣ୍ଟାଏ ଉଞ୍ଚର ପାଣି ରହିଯାଇଛି। ବାଙ୍କୀ ଗୟଳବାଙ୍କ ଗାଁର  ସ୍ଥିତି ହିଁ  ବୟାନ କରୁଛି ଯେ, ମହାନଦୀର ବନ୍ୟା ଏଠିକାର କୃଷିକ୍ଷେତ୍ରକୁ କେଉଁଭଳି ପ୍ରଭାବିତ କରିଛି। ପାଣି ଘେରାରେ ରିହଯାଇଥିବା ଶହ ଶହ ହେକ୍ଟର ଜମିରେ ହୋଇଥିଲା ଶାରଦ ଧାନଚାଷ , ଯାହା  ସମ୍ପୁର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି । ତେଣୁ ନିଜ ଭାତହାଣ୍ତିକୁ ବଞ୍ଚାଇ ପାରିନଥିବା ଗୟଳବାଙ୍କ ଗାଁର କିଛି ଚାଷୀ ଏବେଠାରୁ ମାଛ ମାରିବାଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଗାଁ ଗହୀରରେ ପସିଥିବା ବଦଳ ପାଣିରେ ଭଲ ମାଛ ପଡିବେ । ଯେଉଁଥିରେ ଆଗାମୀ କିଛିଦିନ ସେମାନଙ୍କର ଗୁଜୁରାଣ ମେଣ୍ଟିଯିବ । କିନ୍ତୁ ଗହୀରରୁ ପାଣି ନଛାଡିବା ପର୍ଯ୍ୟନ୍ତ କୃଷି କାର୍ଯ୍ୟରେ ଏକ ପ୍ରକାର ତାଲା ପଡିଲା।

{"id":826269,"sizeSlug":"full","linkDestination":"none"}

ଗୟଳବାଙ୍କ ଠାରୁ ପ୍ରାୟ ୩ କିଲୋମିଟର ଆଗକୁ ଗଲେ ପଡେ କଇଁମୁଣ୍ତି ଗାଁ । ଗାଁର ଅର୍ଦ୍ଧାଧିକ ଲୋକ ଚାଷ ଉପରେ ନିର୍ଭଶୀଳ ।  ଚଳିତ ବର୍ଷ ସେମାନଙ୍କ କ୍ଷେତରେ ବେଶ୍ ଭଲ ଫସଲ ମଧ୍ୟ ହୋଇଥିଲା । ପୋଟଳ ତୋଳା ଆରମ୍ଭ ହେଲା ବେଳକୁ ଗଛରେ ଭେଣ୍ତି ଫଲି ଆସିଥିଲା । ଆଉ ବାଇଗଣ ଗଛ ଫୁଲବି ଧରିସାରିଥିଲା । କିନ୍ତୁ ଚଳିତ ବର୍ଷ ବନ୍ୟା ଯେମିତି ଅଚାନକ ଭାବେ ଆସି ପହଞ୍ଚିଗଲା । ଯାହାର ମୂକାବିଲା ପାଇଁ ସ୍ଥାନୀୟ ଚାଷୀ ମାନେ କୌଣଷି ପ୍ରକାରେ ପ୍ରସ୍ତୁତ ନଥିଲେ । ମହାନଦୀର ଜଳସ୍ତର ଯଦି ଧୀରେ ଧୀରେ ବଢି ଥାଆନ୍ତା , ତେବେ ହୁଏଥ ସେମାନେ ଉତ୍ପାଦିତ ଫସଲରୁ କିଛଇ ଅମଳ କରିପାରି ଥାଆନ୍ତେ । ଯାହା ସମ୍ଭବ ହେଲା ନାହିଁ । ଯେଉଁମାନେ ଅଳ୍ପେ ବହୁତେ ତୋଳି ଦେଇପାରିଛନ୍ତି, ସେମାନେ ଏବେ ସେହି ପରିବାକୁ ବାଙ୍କୀ ମୁଖ୍ୟରାସ୍ତା କଡରେ ବସି ବିକିବାକୁ ବାଧ୍ୟ । ହେଲେ ସେଥିରେଯେ , ଚାଷୀର କ୍ଷତି ଭରଣା ହୋଇଯିବା ଏହା ଭାବିବାଟା ହୁଏଥ ଚାଷୀକୂଳ ପ୍ରତି ଉପହାସ ସଦୃଶ ହୋଇଯିବ । ଏବେମଧ୍ୟ  କଇଁମୁଣ୍ତି ଗାଁ ଗହୀରରେ  ବନ୍ୟା ପାଣିର ପ୍ରଭାବ ଦେଖିବାକୁ ମିଳୁଛି । ଯାହା ସ୍ବଭାବିକ ରୂପ ନେବାକୁ ହୁଏତ କିଛି ସପ୍ତାହର ସମୟ ନେବ । ହେଲେ କାର୍ତ୍ତିକ ମାସ ଆଗରୁ ଏଠାରେ ଆଉ ଫସଲ ହେବାର ସମ୍ଭାବନା ନାହିଁ ବୋଲି ଅତି କ୍ଷୋଭର ସହ କହିଛନ୍ତି ବାଙ୍କୀ ଅଞ୍ଚଳର ଚାଷୀ ।

{"id":826270,"sizeSlug":"full","linkDestination":"none"}

କେବଳ ଗୟଳବାଙ୍କ କିମ୍ବା କଇଁମୁଣ୍ତି ନୁହେଁ । ବାଙ୍କୀ ଉପଖଣ୍ତର ପ୍ରାୟ ୭୫ ଭାଗ କୃଷିକ୍ଷେତ୍ର ଏହି ମଧ୍ଯମ ଧରଣର ବନ୍ଯାରେ ପ୍ରଭାବିତ ହୋଇଛି । ତେଣୁ ଆଗକୁ ହୁଏତ ପରିବା ବଜାରରେ ଚଡକ ପଡିପାରେ

Also Read-ଚାନ୍ଦବାଲି ବ୍ଲକ୍‌ର ୪ଟି ପଞ୍ଚାୟତ ବନ୍ୟା ଘେରରେ, ରାସ୍ତା ଉପରେ ୪ରୁ ୫ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.