ହାଇଦ୍ରାବାଦ୧୬।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ପୂର୍ବତନ ଗଭର୍ଣ୍ଣର ସି.ରଙ୍ଗରାଜନ ଭାରତ ବିଶ୍ୱର ପଞ୍ଚମ ଅର୍ଥ ବ୍ୟବସ୍ଥା ହେବା ଏକ ‘ପ୍ରଭାବୀ ସଫଳତା’ ବୋଲି କହିଛନ୍ତି। ତେବେ ଏହା ସହିତ ଦେଶର ମୁଣ୍ଡ ପିଛା ଆୟ ମଧ୍ୟ ବଢିବା ଆବଶ୍ୟକ ବୋଲି ସେ କହିଛନ୍ତି। ରଙ୍ଗରାଜନ ଶନିବାର ଆଇସିଏଫଏଆଇ ଫାଉଣ୍ଡେସନ ଫର ହାୟର ଏଜୁକେସନର ତ୍ରୟୋଦଶ ଦିକ୍ଷାନ୍ତ ସମାରୋହକୁ ସମ୍ବୋଧିତ କରି ଏହା କହିଛନ୍ତି।
ସେ କହିଛନ୍ତି ଯେ କୋଭିଡ-୧୯ ମହାମାରୀର ଅନ୍ତ ହେବା ଓ ଋଷିୟା-ୟୁକ୍ରେନ ଯୁଦ୍ଧର ପୃଷ୍ଠଭୂମିରେ ଦେଶର ଭାବି ବିକାଶ ନିମନ୍ତେ ଏକ ସ୍ପଷ୍ଟ ନୀତି ନିର୍ଦ୍ଧାରିତ ହେବା ଜରୁରି। ଏହି ଦିଗରେ ଆର୍ଥିକ ବୃଦ୍ଧି ହାରକୁ ବଢାଇବା ସବୁଠୁ ପ୍ରଥମ ଓ ଗୁରୁତ୍ୱପୂର୍ଣ୍ଣ କାମ ହେବ। ସେ କହିଛନ୍ତି ଯେ ଭାରତ ଦୁନିଆର ପଞ୍ଚମ ଅର୍ଥ ବ୍ୟବସ୍ଥା ହେବା ଏକ ସଫଳତା ନିଶ୍ଚିତ, ହେଲେ ଏହାକୁ ଦେଶର ମୁଣ୍ଡପିଛା ଆୟ ନଜରରେ ଦେଖିଲେ ସାମ୍ନାକୁ ଅନ୍ୟ ଛବି ଆସୁଛି। ୨୦୨୦ରେ ମୁଣ୍ଡ ପିଛା ଆୟ ମାମଲାରେ ଭାରତ ୧୯୭ ଦେଶଙ୍କ ମଧ୍ୟରେ ୧୪୨ ତମ ସ୍ଥାନରେ ଥିଲା। ଏଥିରୁ ଆମକୁ କେତେ ଦୀର୍ଘ ପଥ ଅତିକ୍ରମ କରିବାକୁ ଅଛି ତାହା ସହଜରେ ବୁଝା ପଡେ ବୋଲି ରଙ୍ଗରାଜନ କହିଛନ୍ତି।
{"id":845426,"width":839,"height":420,"sizeSlug":"full","linkDestination":"none"}ଏହି ଯାତ୍ରାରେ ରଙ୍ଗରାଜନ ବୃଦ୍ଧିକୁ ଗୁରୁତ୍ୱପୂର୍ଣ୍ଣ କହିବା ସହ ଆମ ପାଖରେ ଏବେ ଲୋକଙ୍କ ମୁଣ୍ଡପିଛା ଆୟର ବର୍ତ୍ତମାନ ସ୍ତରକୁ ଦେଖିଲେ ଦ୍ରୁତ ବେଗରେ ଆଗକୁ ବଢିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଦେଶ ଯଦି ଆଗାମୀ ଦୁଇ ଦଶକ ପର୍ଯ୍ୟନ୍ତ ପ୍ରତି ବର୍ଷ ୭ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରେ ତେବେ ଅର୍ଥ ବ୍ୟବସ୍ଥାରେ ଖାସ ପରିବର୍ତ୍ତନ ଦେଖାଯିବ ଓ ବିଶ୍ୱରେ ଭାରତ ଏକ ବିକଶିତ ଅର୍ଥ ବ୍ୟବସ୍ଥାର ଦର୍ଜା ମଧ୍ୟ ପାଇବ।
ରଙ୍ଗରାଜନ କହିଛନ୍ତି ଯେ ବର୍ଦ୍ଧିତ ଅଭିବୃଦ୍ଧିରେ ରୋଜଗାର ମଧ୍ୟ ସୃଷ୍ଟି ହେବା ଆବଶ୍ୟକ। ବିନା ବୃଦ୍ଧିରେ ରୋଜଗାର ସମ୍ବର୍ଦ୍ଧନ ମଧ୍ୟ ଦୀର୍ଘସ୍ଥାୟୀ ନୁହେଁ । ଏଣୁ ଆମକୁ ନ୍ୟୁନତମ ୭ ପ୍ରତିଶତର ମଜଭୁତ ଆର୍ଥିକ ବୃଦ୍ଧି ହାର ଲକ୍ଷ ରଖିବା ଦରକାର ବୋଲି ସେ କହିଛନ୍ତି। ଏହା ସହିତ ସେ ବୃଦ୍ଧି ସମାନନ୍ତରରେ ବିତରଣ ପ୍ରତି ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି ଯେ ବିକାଶର ରଣନୀତି ବହୁ ଉଦ୍ଦେଶୀୟ ହେବା ଦରକାର