ଘରୋଇ ପୁଞ୍ଜି ବଜାରର ହୋସ୍ ଉଡ଼ାଇଲେ ବିଦେଶୀ ନିବେଶକ, ୨ ଦଶନ୍ଧିରେ କେବେ ହୋଇନଥିଲା ଏଭଳି

Published By : Prameya-News7 Bureau | January 19, 2025 IST

ନୂଆଦିଲ୍ଲୀ: ଭାରତୀୟ ବଜାରକୁ ନେଇ ବିଦେଶୀ ସଂସ୍ଥାଗତ ନିବେଶକଙ୍କ ମଧ୍ୟରେ ଭୟର ମାହୋଲ ରହିଛି । କେବଳ ଏତିକି ନୁହେଁ ଚଳିତ ଜାନୁଆରୀରେ ବିଦେଶୀ ନିବେଶକଙ୍କ ମଧ୍ୟରେ ଯେଉଁ ଭୟ ଦେଖିବାକୁ ମିଳିଛି ତାହା ଗତ ଦୁଇ ଦଶନ୍ଧିରେ କେବେ ଦେଖିବାକୁ ମିଳିନଥିଲା । ସେୟାର ବଜାରରେ ବିଦେଶୀ ନିବେଶକଙ୍କ ବିକ୍ରି ଯୋଗୁଁ ବଜାର ଧରାଶାୟୀ ହୋଇଛି । ବିଦେଶୀ ସଂସ୍ଥାଗତ ନିବେଶକ ୨୦୨୨ ପରେ ଜାନୁଆରୀ ମାସରେ ସବୁଠୁ ଅଧିକ ପୁଞ୍ଜି ସେୟାର ମାର୍କେଟରୁ ବାହାର କରିଛନ୍ତି । ୨୦୨୨ ଜାନୁଆରୀ ମାସରେ ୩୩ ହଜାର କୋଟି ଟଙ୍କାରୁ ଅଧିକ ସେୟାର ବିକ୍ରି ଦେଖିବାକୁ ମିଳିଥିଲା ।

୨୦୨୫ ଜାନୁଆରୀ ମାସରେ ବର୍ତ୍ତମାନ ସୁଦ୍ଧା ବିଦେଶୀ ନିବେଶକ ସେୟାର ବଜାରରୁ ୪୪ ହଜାର କୋଟି ଟଙ୍କା ଉଠାଇ ସାରିଛନ୍ତି । ଜାନୁଆରୀ ସରିବାକୁ ଆହୁରି ୧୦ ଦିନ ବାକି ଥିବାରୁ ଏହି ସଂଖ୍ୟା ୫୦ ହଜାର କୋଟି ଟପିପାରେ ବୋଲି ଆଶଂକା କରାଯାଉଛି ।

ଡଲାରରେ ମଜଭୁତି, ଆମେରିକାରେ ବଣ୍ଡ୍ ଇଲ୍ଡରେ ବୃଦ୍ଧି ଏବଂ କମ୍ପାନିଗୁଡ଼ିକର ତ୍ରୈମାସିକ ରେଜଲ୍ଟ ଦୁର୍ବଳ ରହିବା ସମ୍ଭାବନା ଭିତରେ ଏଫ୍‌ପିଆଇ ଚଳିତ ମାସରେ ବର୍ତ୍ତମାନ ସୁଦ୍ଧା ଭାରତୀୟ ସେୟାର ବଜାରରୁ ୪୪,୩୯୬ କୋଟି ଟଙ୍କା ବାହାର କରିଛନ୍ତି । ଏହା ପୂର୍ବରୁ ଡିସେମ୍ୱରରେ ଏଫ୍‌ପିଆଇ ଭାରତୀୟ ସେୟାର ବଜାରରେ ୧୫,୪୪୬ କୋଟି ଟଙ୍କା ନିବେଶ କରିଥିଲା । ଘରୋଇ ଏବଂ ବୈଶ୍ୱିକ ମୋର୍ଚ୍ଚାରେ ଜାରି ଉତ୍ଥାନପତନ ଭିତରେ ବିଦେଶୀ ନିବେଶକଙ୍କ ମଧ୍ୟରେ ଭୟ ରହିଛି । ଜାନୁଆରୀ ୨କୁ ଛାଡ଼ି ଅନ୍ୟ ସବୁ ଦିନରେ ଏଫ୍‌ପିଆଇ ସେୟାର ବିକ୍ରି କରିଛନ୍ତି । 

Also read: ୨୦୨୫ରେ ଭାରତରେ ଅଭିବୃଦ୍ଧି ହାର ଅଧିକ ରହିବ, ପାକିସ୍ତାନର ସ୍ଥିତି ସୁଧୁରିବ: ଆଇଏମଏଫ୍

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.