ଭାରତକୁ ବିଶ୍ୱ ରପ୍ତାନୀ କେନ୍ଦ୍ର କରିବ ଭିଏତନାମ ଇଭି ନିର୍ମାତା ଭିନଫାଷ୍ଟ

Published By : Prameya-News7 Bureau | January 19, 2025 IST

business-standard

ନୂଆଦିଲ୍ଲୀ: ବିଶ୍ୱରେ ଟେସ୍‌ଲାକୁ ଟକ୍କର ଦେଉଥିବା ଭିଏତନାମ ଇଲେକ୍ଟ୍ରିକ ଗାଡ଼ି ନିର୍ମାତା କମ୍ପାନୀ ଭିନଫାଷ୍ଟ ଭାରତକୁ ତାର ଗ୍ଲୋବାଲ ଏକ୍ସପୋର୍ଟ ହବ୍(ବିଶ୍ୱ ରପ୍ତାନୀ କେନ୍ଦ୍ର) କରିବାକୁ ଯାଉଛି। ଅର୍ଥାତ୍ କମ୍ପାନୀ ଏଇଠୁ ଗାଡ଼ି ପ୍ରଡକ୍ସନ କରିବ ଏବଂ ବିଦେଶକୁ ରପ୍ତାନୀ କରିବ। କେବଳ ଗାଡ଼ି ଉତ୍ପାଦନ ନୁହେଁ ବ୍ୟାଟେରି ଓ ଚାର୍ଜିଂ ଷ୍ଟେସନ୍‌ ବସାଇବାକୁ ମଧ୍ୟ କମ୍ପାନୀ ଯୋଜନା କରୁଛି।  

ବର୍ତ୍ତମାନ କମ୍ପାନୀ ଆଖି ପଶ୍ଚିମ ଏସିଆ ଓ ଆଫ୍ରିକା ବଜାର ଉପରେ ରହିଛି। ତାମିଲନାଡୁର ଥୁଥୁକୁଡ଼ିରେ କମ୍ପାନୀର ଏକ ବଡ଼ ପ୍ଲାଣ୍ଟ ରହିଛି। ଯେଉଁଠି ୨ ବିଲିଅନ ପ୍ରଡକ୍ସନ କ୍ଷମତା ରହିଛି।ଏହା ୨୦୨୫ ମଧ୍ୟ ଭାଗ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଯିବ ବୋଲି କମ୍ପାନୀର ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ କହିଛନ୍ତି। 

କେବଳ ସେତିକି ନୁହେଁ, କମ୍ପାନୀ ବ୍ୟାଟେରୀ ଉତ୍ପାଦନ ଏବଂ ସାରା ଦେଶରେ ଚାର୍ଜିଂ ଷ୍ଟେସନ ସ୍ଥାପନ ସହିତ ଏକ ସମ୍ପୂର୍ଣ୍ଣ ଇଭି ଇକୋ-ସିଷ୍ଟମ ବିକାଶ ଉପରେ ଗୁରୁତ୍ୱ ଦେଉଚି। ଭି-ଗ୍ରୀନ୍ ନାମକ ଏକ ଗ୍ରୁପ୍ ଅଫ୍‌ କମ୍ପାନୀ ଦ୍ୱାରା ଭାରତରେ ଚାର୍ଜିଂ ଭିତ୍ତିଭୂମି ସୃଷ୍ଟି କରିବାରେ ଏକ ସହ-ନିବେଶକ ଖୋଜିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। 

ଶନିବାର ଭିନଫାଷ୍ଟ ଭାରତ ମୋବିଲିଟି ଗ୍ଲୋବାଲ ଏକ୍ସପୋ ୨୦୨୫ କାର୍ଯ୍ୟକ୍ରମରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ଯାନ ପ୍ରଦର୍ଶନ କରିଛି। ଏଥିରେ ଦୁଇଟି ଇଲେକ୍ଟ୍ରିକ୍ ଏସୟୁଭି ଭିଏଫ୍-୭ ଏବଂ ଭିଏଫ୍-୬ ଅନାବରଣ ହୋଇଥିବା ବେଳେ ଚଳିତ ବର୍ଷ ଏହି ଦୁଇଟି ଗାଡ଼ି ଲଞ୍ଚ ହେବ। 

ଭାରତକୁ ଗ୍ଲୋବାଲ ଏକ୍ସପୋର୍ଟ ହବ୍ କରିବା ନେଇ ଭିନ୍ ଫାଷ୍ଟ ଏସିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫାମ ସନ୍ ଚାଉ  କହିଛନ୍ତି "ଆମେ ଥୋଥୁକୁଡିକୁ ସଠିକ୍ ସ୍ଥାନ ଭାବରେ ଚୟନ କରିଛୁ। କାରଣ ଏହା ସମୁଦ୍ର ବନ୍ଦର ଏବଂ ବିମାନବନ୍ଦର ନିକଟବର୍ତ୍ତୀ, ଯାହା ଆମକୁ ରପ୍ତାନି କରିବାକୁ ସହଜ କରିବ। ଭିଏତନାମରେ ଆମର ଦୁଇଟି କାରଖାନା ଅଛି - ଗୋଟିଏରେ ୫୦ ହଜାର ୟୁନିଟ ଏବଂ ଅନ୍ୟଟି ପ୍ରାୟ ୧୦୦,୦୦୦ୟୁନିଟ ଇଭି ଉତ୍ପାଦନ ହେଉଛି। ତେଣୁ ପଶ୍ଚିମ ଏସିଆ ଓ ଆଫ୍ରିକା ଭଳି ଘରୋଇ ବଜାର ଆମେ ଭାରତକୁ ଉତ୍ପାଦନ ଭାବେ ଦେଖୁଛୁ। ଥୁଥୁକୁଡ଼ି ଫ୍ଲାଣ୍ଟରେ ପ୍ରଥମ ପର୍ଯ୍ୟାୟରେ ୫୦୦ ମିଲିଅନ ନିବେଶ କରାଯିବ ବୋଲି କମ୍ପାନୀ ସୂଚନା ଦେଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.