ସୁପ୍ରିମକୋର୍ଟ ପରିସରରେ ସମଲିଙ୍ଗୀ ଯୋଡ଼ି ପରସ୍ପରକୁ ପିନ୍ଧାଇଲେ ମୁଦି, ଅଧିକାର ପାଇଁ ଦାଖଲ କରିଥିଲେ ଆବେଦନ

Published By : Prameya-News7 Bureau | October 18, 2023 IST

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ଦାବି କରି ଆବେଦନ ଦାଖଲ କରିଥିବା ଅନନ୍ୟ କୋଟିଆ ଓ ଉତ୍କର୍ଷ ସକ୍ସେନାଙ୍କ ନିର୍ବନ୍ଧ ହୋଇଛି । ଦୁହେଁ ସୁପ୍ରିମକୋର୍ଟ ପରିସରରେ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି । ଅନନ୍ୟ କୋଟିଆ ଏକ୍ସରେ ଏହି ସୂଚନା ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଗତକାଲି ଦୁଃଖ ଲାଗିଲା । ଆଜି ଉତ୍କର୍ଷ ଆଉ ମୁଁ ପୁଣି ଥିଲେ କୋର୍ଟ ଗଲୁ, ଯିଏ ଆମ ଅଧିକାରକୁ ଖରାଜ କରିଦେଲା । ସେଠାରେ ଆମେ ପରସ୍ପରକୁ ମୁଦି ପିନ୍ଧାଇଲୁ। ଆମେ ନିଜ ଲଢେଇ ଜାରି ରଖିବା ପାଇଁ ପୁଣି ଫେରିବୁ'। ଅନନ୍ୟ କୋଟିଆ ପରସ୍ପରକୁ ମୁଦି ପିନ୍ଧାଇବା ବେଳର ଫଟୋ ମଧ୍ୟ ସେୟାର କରିଛନ୍ତି ।  

ପଢନ୍ତୁ: ସମଲିଙ୍ଗୀ ବିବାହ ଅନୁମତିକୁ ସୁପ୍ରିମକୋର୍ଟଙ୍କ ନା; CJI କହିଲେ ଆଇନ ପରିବର୍ତ୍ତନ କୋର୍ଟଙ୍କ

ଉତ୍କର୍ଷ ଶର୍ମା ସୁପ୍ରିମକୋର୍ଟରେ ଆଇନଜୀବୀ ଅଛନ୍ତି । ସେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚ୍‌ଡି କରିଥିଲେ । ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନମିକ୍ସରେ ପିଏଚ୍‌ଡି କରୁଥିବା ଅନନ୍ୟ କୋଟିଆଙ୍କୁ କଲେଜ ସମୟରେ ଭେଟିଥିଲେ। ଏହାପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । ଭାରତରେ ସମଲିଙ୍ଗୀ ସମ୍ପର୍କ ଅପରାଧ ଥିବା ବେଳେ ଦୁହେଁ ସମ୍ପର୍କରେ ରହିଥିଲେ । ଅନନ୍ୟ କହିଛନ୍ତି ଯେ ଆମ ସମ୍ପର୍କ ଅନ୍ୟ କୌଣସି ପ୍ରେମ କାହାଣୀଠାରୁ କମ ନୁହେଁ । ଆମେ ଡିୟୁର ହଂସରାଜ କଲେଜରେ ପଢାଇବା ସମୟରେ ଭେଟିଥିଲୁ । ଡିବେଟିଂ ସୋସାଇଟି ଜାରିଆରେ ଏହି ଭେଟ ହୋଇଥିଲା ।    

wp:html /wp:html

ଅନନ୍ୟ କୋଟିଆଙ୍କ ଅନୁସାରେ, ସମ୍ପର୍କକୁ ଦୁନିଆ ସାମନାରେ ସ୍ୱୀକାର କରିବା ସହଜ ନଥିଲା । ଦୀର୍ଘ ଦିନ ଯାଏ ଏ ସମ୍ପର୍କରେ କାହାକୁ କିଛି ଜଣାଇନଥିଲୁ । ଆମେ ଏହା ମଧ୍ୟ ଭାବି ନଥିଲୁ ଯେ ଦିନେ ଭାରତରେ ହୋମୋସେକ୍ସୁଆଲିଟିକୁ ଅପରାଧ ଶ୍ରେଣୀରୁ ବାହାର କରାଯିବ ଏବଂ ଆମେ ବିବାହ ଅଧିକାରୀ ପାଇଁ ଦାବି କରିବା କରିବାର ସୁଯୋଗ ମିଳିବ । ଏହା କଠିନ ଥିଲା ଓ ଆମେ ଲମ୍ୱା ଲଢେଇ ଲଢିଛୁ ।    

Also read: ସମଲିଙ୍ଗୀ ବିବାହ ପ୍ରସଙ୍ଗ: ସୁପ୍ରିମକୋର୍ଟଙ୍କ ରାୟକୁ ବିଶ୍ଵ ହିନ୍ଦୁ ପରିଷଦ ଓ ଆରଏସ୍ଏସ୍‌ର ସ୍ୱାଗତ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.