ସରକାରୀ ୱେବ୍‌ସାଇଟ୍‌ର ଧମାଲ, Flipkart-Amazon ଠୁ ବି ଶସ୍ତାରେ ମିଳୁଛି ସାମାନ

Published By : Prameya-News7 Bureau | October 27, 2023 IST

ନୂଆଦିଲ୍ଲୀ ୨୭।୧୦: ଭାରତରେ ଅନଲାଇନ ସପିଙ୍ଗ ମାମଲାରେ ଫ୍ଲିପ୍‌କାର୍ଟ ଓ ଆମାଜନଙ୍କ ଦବାଦବା ରହିଛି।  ଏହି ଦୁଇଟି ୱେବସାଇଟ୍‌ରେ ପାଖାପାଖି ସବୁ ପ୍ରକାର ସାମଗ୍ରୀ  ସୁଲଭ ମୂଲ୍ୟରେ ମିଳିପାରୁଛି। ତେବେ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ୱେବ୍‌ ସାଇଟ୍‌ ଅଛି ଯେଉଁଠି ଆମାଜନ ଓ ଫ୍ଲିପ୍‌କାର୍ଟ ଠୁ ମଧ୍ୟ ଶସ୍ତାରେ ସାମଗ୍ରୀ ମିଳୁଛି? ଏହି ୱେବ୍‌ ସାଇଟ୍ ହେଉଛି ‘ଜିଇଏମ’, ଯାହାର ପୁରା ନାମ ହେଉଛି ‘ଗଭର୍ଣ୍ଣମେଣ୍ଟ ଇ ମାର୍କେଟ୍‌ ପ୍ଲେସ୍‌’ ।

ଏହା ଭାରତ ସରକାରଙ୍କ ୱେବ୍‌ ସାଇଟ୍‌, ଯାହାକୁ ଏମଏସଏମଇ (ମାଇକ୍ରୋ, ସ୍ମଲ ଓ ମିଡିୟମ ଏଣ୍ଟରପ୍ରାଇଜେସ୍)କୁ ପ୍ରୋତ୍ସାହିତ କରିବା ପାଇଁ ନିର୍ମାଣ କରାଯାଇଥିଲା। ଏହି ୱେବ୍‌ସାଇଟ୍‌ରେ ଏମଏସଏମଇ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରି କରାଯାଇଥାଏ। ଜିଇଏମ୍‌ରେ ପ୍ରାୟତଃ ସାମଗ୍ରୀ ମୂଲ୍ୟ ଫ୍ଲିପକାର୍ଟ ଓ ଆମାଜନଠାରୁ ମଧ୍ୟ ଶସ୍ତା ହୋଇଥାଏ। ଏହାର କାରଣ ହେଉଛି ଏମଏସଏମଇ କୁ ନିଜର ଉତ୍ପାଦ ବିକ୍ରି କରିବାକୁ କୌଣସି ମଧ୍ୟସ୍ଥଙ୍କ ଆବଶ୍ୟକତା ପଡି ନଥାଏ।  ସେମାନେ ସିଧା ଶଳଖ ଜିଇଏମ ମାଧ୍ୟମରେ ନିଜ ଉତ୍ପାଦ ବିକ୍ରି କରିଥାନ୍ତି।

{"id":862290,"width":840,"height":420,"sizeSlug":"full","linkDestination":"none"}

ଜିଇଏମରେ ଅନେକ ପ୍ରକାରର ସାମଗ୍ରୀ ଉପଲବ୍ଧ ଅଛି। ଏଥିରେ ଇଲେକ୍ଟ୍ରୋନିକ୍ସ, ହୋମ ଓ କିଚନ୍, ଫ୍ୟାସନ, ହେଲଥ ଓ ବ୍ୟୁଟି, ଫୁଡ ଓ ବେଭରେଜ ଏବଂ ଆହୁରି ଅନେକ ସାମଗ୍ରୀ ଏଠାରେ ମିଳିଥାଏ। ଜିଇଏମରୁ ସାମଗ୍ରୀ କିଣିବା ବହୁତ ସହଜ । ଆପଣଙ୍କୁ କେବଳ ଜିଇଏମ  ୱେବସାଇଟ୍‌ କୁ ଯାଇ ନିଜର ଏକ ଆକାଉଣ୍ଟ କରିବାକୁ ପଡିବ। ଏହା ପରେ ଆପଣ ସାମଗ୍ରୀ କିଣିବା ଆରମ୍ଭ କରିପାରିବେ।

୨୦୨୧-୨୨ରେ କରାଯାଇଥିବା ଏକ ଇକୋନମିକ ସର୍ଭେକ୍ଷଣରେ ଭାରତ ସରକାରଙ୍କ ଜିଇଏମ ୱେବସାଇଟ୍‌ରେ ଏପରି ୧୦ଟି ପ୍ରଡକ୍ଟ ରହିଛି ଯାହା ଅନ୍ୟ ଇ-କମର୍ସ ସାଇଟ୍ ତୁଳନାରେ ୯.୫ ପ୍ରତିଶତ ଶସ୍ତା। ଉଦାହରଣ ରୂପେ ଯଦି ଅନ୍ୟ ଇ-କମର୍ସ ସାଇଟ୍‌ରେ କୌଣସି ଉତ୍ପାଦର ମୂଲ୍ୟ ୧୦୦ ଟଙ୍କା ତେବେ ଜିଇଏମରେ ଏକ ମାତ୍ର ୯୦ ଟଙ୍କାରେ ଉପଲବ୍ଧ ହେଉଛି। ଏଣୁ ଭାରତ ସରକାରଙ୍କ ୱେବ୍‌ ସାଇଟ୍‌ରୁ ଏଥର କିଣାକିଣି ହେଉ।  

ପ୍ରଥମ ଭାରତୀୟ କମ୍ପାନୀ ଭାବେ ଟାଟା ତିଆରି କରିବ ଆଇଫୋନ୍; ବଧେଇ ଜଣାଇଲେ କେନ୍ଦ୍ରମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.