ପିଏମ୍ ଇ-ଡ୍ରାଇଭ ଯୋଜନାକୁ କ୍ୟାବିନେଟ ମଞ୍ଜୁରୀ: ଖର୍ଚ୍ଚ ହେବ ୧୦,୯୦୦ କୋଟି, ଇଯାନ କିଣିଲେ ସବସିଡି ଦେବେ ସରକାର

Published By : Prameya-News7 Bureau | September 11, 2024 IST

business standard

ନୂଆଦିଲ୍ଲୀ: ଦେଶରେ ଇଭିକୁ ପ୍ରୋତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ PM E-DRIVE ଯୋଜନାକୁ ମଞ୍ଜୁରି ମିଳିଛି। ଏହି ଯୋଜନା ଅଧୀନରେ ଦେଶରେ ଇଲେକ୍ଟ୍ରିକ ମୋବିଲିଟି(ଇ-ଯାନ ଚଳାଚଳ)କୁ ପ୍ରୋତ୍ସାହିତ କରିବାକୁ ସରକାର ୧୦,୯୦୦ କୋଟି ଟଙ୍କା ଖର୍ଚ୍ଚ କରିବେ।

ଏହି ଯୋଜନା ଅଧୀନରେ ଇ-ବାଇକ, ଇ-ତିନି ଚକିଆ ଯାନ, ଇ-ଆମ୍ବୁଲାନ୍ସ, ଇ-ଟ୍ରକ୍ ଏବଂ ଅନ୍ୟାନ୍ୟ ଇ-ଯାନକୁ ପ୍ରୋତ୍ସାହିତ କରିବା ପାଇଁ ୩୬୭୯ କୋଟି ଟଙ୍କାର ସବସିଡି ପ୍ରଦାନ କରାଯିବ। ଏବଂ ଏହି ଯୋଜନା ଅନୁଯାୟୀ ୨,୪୭୯,୦୦୦ ଇ-ଟୁହ୍ୱିଲର୍, ୩୧୬,୦୦୦ ଲକ୍ଷ ଚିନି ଚକିଆ ଯାନ ଓ ୧୪,୦୨୮ ଇ-ବସ୍କୁ ସପୋର୍ଟ ମିଳିବ ବୋଲି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏଥିସହିତ ପିଏମ ଇ-ଡ୍ରାଇଭ ଯୋଜନାରେ ୮୮,୫୦୦ ହଜାର ଚାର୍ଜି ଷ୍ଟେସନକୁ ମଧ୍ୟ ସପୋର୍ଟ ମିଳିବ। 

କେମିତି ସବ୍‌ସିଡି ମିଳିବ?

PM ଇ-ଡ୍ରାଇଭ୍ (PM Electric Drive Revolution in Innovative Vehicle Enhancement)) ପ୍ରସ୍ତାବକୁ କ୍ୟାବିନେଟ୍ ମୋହର ମାରିଛି। ଏହି ଯୋଜନାରେ ଆସନ୍ତା ଦୁଇ ବର୍ଷରେ ୧୦, ୯୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରେ କେନ୍ଦ୍ର ସରକାର ଇ-ଯାନ କିଣୁଥିବା ଗ୍ରାହକଙ୍କ ପାଇଁ ଇ-ଭାଉଚର ଆଣିବ। ଯେଉଁଥିରେ ସ୍କିମ୍‌ରେ ଦିଆଯାଉଥିବା ପ୍ରୋତ୍ସାହନ ରାଶିର ଗ୍ରାହକ ଲାଭ ଉଠାଇପାରିବେ। 

ଇଲେକ୍ଟ୍ରିକ ଯାନ କିଣିବା ସମୟରେ, ଯୋଜନା ସହ ସମ୍ପୃକ୍ତ ପୋର୍ଟାଲ୍ କ୍ରେତାଙ୍କ ଆଧାର ପ୍ରମାଣିତ ଇ-ଭାଉଚର ଜେନେରଟ କରିବ। ଏହାପରେ ଇଭି କ୍ରେତାଙ୍କ ରେଜିଷ୍ଟର ମୋବାଇଲ ନମ୍ବରକୁ ଇ-ଭାଉଚର୍ ଡାଉନଲୋଡ୍ କରିବାକୁ ଏକ ଲିଙ୍କ୍ ପଠାଯିବ। 

କ୍ରେତା ଇ-ଭାଉଚରରେ ଦସ୍ତଖତ କରିବା ପରେ, ଏହାକୁ ଡିଲରମାନଙ୍କ ନିକଟରେ ଜମା କରିବାକୁ ପଡ଼ିବ। ଡିଲରମାନଙ୍କ ଦସ୍ତଖତ ପରେ ଏହାକୁ PM ଇ-ଡ୍ରାଇଭ୍ ପୋର୍ଟାଲରେ ଅପଲୋଡ୍ କରିବାକୁ ହେବ। ଦସ୍ତଖତ ହୋଇଥିବା ଭାଉଚର କ୍ରେତା ଏବଂ ଡିଲରଙ୍କ ନିକଟକୁ SMS ମାଧ୍ୟମରେ ପଠାଯିବ। OEM ପାଇଁ ଦସ୍ତଖତ ହୋଇଥିବା ଇ-ଭାଉଚର ପ୍ରୋତ୍ସାହନ ରାଶଇ କ୍ଲେମ କରିବାକୁ ଖୁବ୍ ଆବଶ୍ୟକ।

ପିଏମ ଇ-ଡ୍ରାଇଭ ଯୋଜନା ଅଧୀନରେ ଇ-ଆମ୍ବୁଲାନ୍ସ ପାଇଁ ୫୦୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସେହିପରି ଷ୍ଟେଟ ପବ୍ଲିକ ଟ୍ରାନ୍ସପୋର୍ଟ ଅଡିଟୋରିୟମ ଦ୍ୱାରା ଇ-ବସ୍ କିଣିବା ପାଇଁ ୪୩୯୧ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

୪୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ୯ ଟି ସହରରେ CESL ଦ୍ୱାରା ଏହି ଚାହିଦା ପୂରଣ କରାଯିବ। ଯେଉଁଥିରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ଅହମ୍ମଦାବାଦ, ସୁରଟ, ବେଙ୍ଗାଲୁରୁ, ପୁଣେ ଏବଂ ହାଇଦ୍ରାବାଦ ଭଳି ସହର ସାମିଲ ରହିଛି। ସେହିପରି ଇ-ଟ୍ରକକୁ ପ୍ରୋତ୍ସାହିତ କରିବା ପାଇଁ ୫୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.