ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ : ପେନସନ ଟଙ୍କା କରାଇ ଦେବାକୁ ନେଉଥିଲେ ୪ହଜାର

Published By : Prameya-News7 Bureau | November 16, 2023 IST

ଯାଜପୁର ୧୬।୧୧: ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ । ପେନସନ ଟଙ୍କା କରାଇ ଦେବା ପାଇଁ ୪୦୦୦ ଟଙ୍କା ଲାଞ୍ଚ ନେବାବେଳେ ଧରା ପଡ଼ିଲେ । କବିରପୁର ସ୍ଥିତ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟର କିରାଣୀ ମହେଶ୍ୱର ସାମଲ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଅବସରପ୍ରାପ୍ତ ନିରଞ୍ଜନ ରାୟଙ୍କର ପେନସନ କାଗଜପତ୍ର କାମ କରାଇଦେବା ପାଇଁ  କିରାଣୀ ମହେଶ୍ୱର ସାମଲଙ୍କୁ ୭ ହଜାର ଟଙ୍କା ମାଗିଥିଲେ । ଗୁରୁବାର ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ କିରାଣୀ ମହେଶ୍ୱରକୁ ୪ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି  l ଏନେଇ ନିରଞ୍ଜନ ବୁଧବାର ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ । ଫଳରେ ଭିଜିଲାନ୍ସ ହାତରେ କିରାଣୀ ମହେଶ୍ୱର ଧରାପଡ଼ିଛନ୍ତି ।

You Can Read:

wp:embed {"url":"https://www.prameyanews7.com/dhaba-cook-killed-by-miscreants-in-rayagada/","type":"wp-embed","providerNameSlug":"prameya-news-7"}
https://www.prameyanews7.com/dhaba-cook-killed-by-miscreants-in-rayagada/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.