ଜେଜେମା’ଙ୍କୁ ଟଙ୍କା ମାଗିଲେ ନାତି, ଟଙ୍କା ନଦେବାରୁ ଠେଙ୍ଗା ମାଡ଼ରେ ଚାଲିଗଲା ଜୀବନ

Published By : Prameya-News7 Bureau | June 19, 2024 IST

ପାଟଣାଗଡ ୧୯।୬: ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ସରମୁହାନ ପଂଚାୟତ ଭାଲୁଖାଇଁ ଗାଁରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ନାତିର ଠେଙ୍ଗା ମାଡରେ ଜେଜେମା’ଙ୍କ ମୃତ୍ୟୁ ଘଟିଛି ।   

ସୂଚନାଯୋଗ୍ୟ ଯେ, ଗାଁର ସନାତନ ଭୁଏଙ୍କ ପୁଅ ରାଜ ଭୁଏ ଘରେ କେହିନଥିବା ସମୟରେ ଜେଜେମା ଯୁଗଙ୍କୁ ଟଙ୍କା ମାଗିଥିଲେ । ଜେଜେମା ଟଙ୍କା ଦେବାକୁ ମନା କରିବାରୁ ସେ ରାଗିଯାଇ ଠେଙ୍ଗାରେ ମୁଣ୍ଡକୁ ବାଡେଇ ଦେଇଥିଲେ । ଯାହା ଫଳରେ ଘଟଣାସ୍ଥଳରେ ଯୁଗର ମୃତ୍ୟୁ ହୋଇଥିଲା । ସେଠାରୁ ରାଜ ଫେରାର ମାରିଥିଲା । ଖବର ପାଇଁ ବେଲପଡା ପୋଲିସ ବଲାଙ୍ଗିର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିବା ସହ ଗାଁ ସହାୟତାରେ ଅଭିଯୁକ୍ତ ରାଜକୁ ଗିରଫ କରିବାରେ  ସଫଳ ହୋଇଥିଲା । ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ଅଧିକ ତଦନ୍ତ କରୁଛି ।  

You Can Read :

ସିଏମ୍ଓରୁ ହଟିଲେ ପୁରୁଣା ଅଫିସର ଏବଂ କର୍ମଚାରୀ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.