୧୮ ବର୍ଷ ଆୟୁ ପୂର୍ବରୁ ମହିଳାଙ୍କ ସନ୍ତାନ ପ୍ରସବ ଅବୈଧ ନୁହେଁ: ଗୁଜରାଟ ହାଇକୋର୍ଟ

Published By : Prameya-News7 Bureau | August 25, 2021 IST

ଅହମ୍ମଦାବାଦ ୨୫।୮: ଜଣେ ମହିଳାଙ୍କୁ ନିଜ ଶିଶୁର ପିତାଙ୍କ ନାମ କହିବାକୁ ଚାପ ପକା ଯାଇପାରିବ କି? ଗୁଜରାଟ ହାଇକୋର୍ଟ ନିଜେ ଏହି ପ୍ରଶ୍ନ ଉଠାଇବା ସହ ଏହା ବିରୋଧରେ ରାୟ ମଧ୍ୟ ଦେଇଛନ୍ତି। ସେହିପରି ୧୮ ବର୍ଷ ଆୟୁ ପୂର୍ବରୁ ମହିଳାଙ୍କ ସନ୍ତାନ ପ୍ରସବ କୌଣସି ପ୍ରକାର ଅବୈଧ ନୁହେଁ ବୋଲି ମଧ୍ୟ କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। ଗୁଜରାଟରେ ହୋଇଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣିରେ ହାଇକୋର୍ଟ ଏହି ଟିପ୍ପଣୀ ଦେଇଛନ୍ତି।

ମାମଲାର ଶୁଣାଣିରେ ଜଷ୍ଟିସ୍ ପରେଶ ଉପାଧ୍ୟାୟଙ୍କ ବେଞ୍ଚ ଗର୍ଭସ୍ଥ ଶିଶୁର ପିତାଙ୍କ ନାମ ଉଲ୍ଲେଖ କରିବା କେଉଁଠି ଲେଖା ହୋଇଛି ବୋଲି ପ୍ରଶ୍ନ କରିଥିଲେ। ଏଭଳି କ୍ଷେତ୍ରରେ ଯଦି କୌଣସି ଅବିବାହିତ ମହିଳା ଦୁଷ୍କର୍ମର ଶିକାର ହୋଇଥାନ୍ତି ଓ ଶିଶୁକୁ ଜନ୍ମ ଦେବାକୁ ଚାହୁଁଥାନ୍ତି ଏଥିରେ ତାଙ୍କୁ ଶିଶୁର ପିତାଙ୍କ ନାମ ଜଣାଇବାକୁ କିପରି ବାଧ୍ୟ କରାଯାଇପାରିବ ବୋଲି କୋର୍ଟ ଓଲଟା ପ୍ରଶ୍ନ କରିଛନ୍ତି।

{"id":501063,"width":837,"height":522,"sizeSlug":"full","linkDestination":"none"}

ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ନିମ୍ନ ଅଦାଲତଙ୍କ ଦ୍ୱାରା ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ବିରୋଧରେ ଦାଖଲ ଆବେଦନର ଶୁଣାଣିରେ  ବେଞ୍ଚ ଏହା କହିଛନ୍ତି। ପୀଡିତା ଜୁନଗଡ଼ ଜିଲ୍ଲାର ବାସିନ୍ଦା ହୋଇଥିବା ବେଳେ ବିନା ବିବାହରେ ଅଭିଯୁକ୍ତଙ୍କ ସହ ରହି ୨ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଏଥିରୁ ପ୍ରଥମ ସନ୍ତାନଟି ମହିଳା ନାବାଳିକା ଥିବା ବେଳେ ପ୍ରସବ କରିଥିଲେ। ପୀଡ଼ିତା ଗରିବ ଗ୍ରାମୀଣ ମହିଳା। ଏଥିରେ ହାଇକୋର୍ଟଙ୍କ ବେଞ୍ଚ ଯଦି କୌଣସି ଅବିବାହିତ ମହିଳା ବିନା ବିବାହରେ ମା ହୁଅନ୍ତି ଓ ଏଥିଲାଗି ସେ ହସ୍ପିଟାଲକୁ ଯାଆନ୍ତି ସେଠାରେ ଡାକ୍ତର ତାଙ୍କୁ ଶିଶୁର ପିତାଙ୍କ ନାମ ପଚାରିବେ କି ବୋଲି ପ୍ରଶ୍ନ କରିଥିଲେ।

ତେବେ ଏଭଳି କ୍ଷେତ୍ରରେ ମହିଳା ଶିଶୁର ପିତାଙ୍କ ନାମ ସେଠାରେ କହିବାର କୌଣସି ଆବଶ୍ୟକତା ଥିବ ବୋଲି ମନେ ହେଉ ନଥିବା ବେଞ୍ଚ କହିଛନ୍ତି। ନା ବାଳିକାଙ୍କ ପ୍ରଥମ ଶିଶୁ ୨୯ ଜୁନ ୨୦୧୯ରେ ଜନ୍ମ ହୋଇଥିଲା। ସେହିପରି ତାଙ୍କର ଦ୍ୱିତୀୟ ଶିଶୁ ୨୨ ଜାନୁୟାରୀ ୨୦୨୧ରେ ଜନ୍ମ ହୋଇଛି। ୨୪ ମାର୍ଚ୍ଚ ୨୦୨୦ରେ ନାବାଳିକାଙ୍କୁ ୧୮ ବର୍ଷ ହୋଇଥିଲା। ଏହାର ପରଦିନ ଅର୍ଥାନ ୨୫ ମାର୍ଚ୍ଚ ୨୦୨୦ରେ ପୀଡିତାଙ୍କ ବିବାହ ଦୋଷୀ ସାବ୍ୟସ୍ତ ଯୁବକଙ୍କ ସହ ହେବାର ଥିଲା।

{"id":501064,"sizeSlug":"full","linkDestination":"none"}

କରୋନା ଭାଇରସ ମହାମାରୀ ଲାଗି ଜାରି ଲକଡାଉନ କାରଣରୁ ସେମାନଙ୍କ ବିବାହ ହୋଇ ପାରିନାହିଁ। ତେବେ ଦ୍ୱିତୀୟ ଶିଶୁଟି ଜନ୍ମ ହେବା ପରେ ଯୁବତୀଙ୍କ ପିତା ପ୍ରଥମ ଶିଶୁ ପ୍ରସଙ୍ଗରେ ଦୁଷ୍କର୍ମ ଅଭିଯୋଗ ରୁଜୁ କରିଥିଲେ। ଏହି ରିପୋର୍ଟ ଆଧାରରେ ନିମ୍ନ ଅଦାଲତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ କରିଛନ୍ତି। ଏହା ବିରୁଦ୍ଧରେ ପୀଡିତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.