ଟି-୨୦ ବିଶ୍ୱକପ୍‌ ଭିତରେ ପାକିସ୍ତାନୀ କୋଚ୍‌କୁ ହରଭଜନଙ୍କ ପରାମର୍ଶ, 'ସେଠି ଅଯଥା ସମୟ ନଷ୍ଟ କରନି'

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ ୧୮/୦୬: ଟି-୨୦ ବିଶ୍ୱକପ୍ ମଧ୍ୟରେ ବେଶ୍ ଚର୍ଚ୍ଚାରେ ଭାରତର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଏବେ ସେ ପାକିସ୍ତାନୀ କୋଚଙ୍କୁ ପରାମର୍ଶ ଦେଇ ଚର୍ଚ୍ଚାରେ । ଏବେ ଭଜି ପାକିସ୍ତାନ କୋଚ୍‌ଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି ଯେ, ସେଠାରେ ସମୟ ନଷ୍ଟ ନକରି ଭାରତକୁ ଆସନ୍ତୁ । 

କହିବାକୁ ଗଲେ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନ ଗ୍ୟାରି କର୍ଷ୍ଟେନଙ୍କୁ କୋଚ ଭାବରେ ନିଯୁକ୍ତ କରିଥିଲା । କର୍ଷ୍ଟେନଙ୍କ କୋଚିଂରେ ପାକିସ୍ତାନର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ଏହାସହ ସେ କହିଥିଲେ ଯେ, ପାକିସ୍ତାନ ଦଳରେ ଏକତା ନାହିଁ । ଯାହାକୁ ନେଇ ଅନେକ ଆଲୋଚନା ହୋଇଥିଲା । ଏକ ବିବୃତ୍ତିରେ ଗ୍ୟାରି କର୍ଷ୍ଟନ୍ ପାକିସ୍ତାନ ଏକ ଦଳ ନୁହେଁ । ସେମାନେ ପରସ୍ପରକୁ ସମର୍ଥନ କରୁନାହାଁନ୍ତି । ସମସ୍ତେ ଅଲଗା, ମୁଁ ଅନେକ ଦଳରେ କାମ କରିଛି କିନ୍ତୁ ଏହିପରି ପରିସ୍ଥିତି କେବେ ଦେଖିନାହିଁ। 

ସୂଚନା ଥାଉକି, ଗ୍ୟାରି କର୍ଷ୍ଟେନ ସେହି ସମାନ ପ୍ରଶିକ୍ଷକ ଯିଏ ୨୦୧୧ ODI ବିଶ୍ୱକପ ଜିତିବାରେ ଟିମ୍ ଇଣ୍ଡିଆରେ ତାଙ୍କ କୋଚିଂରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ । ପାକିସ୍ତାନ ଦଳ ଉପରେ କର୍ଷ୍ଟନଙ୍କ ବିବୃତ୍ତି ଉପରେ ହରଭଜନ ସିଂହ ତାଙ୍କୁ ଭାରତ ଫେରିବାକୁ ପରାମର୍ଶ ଦେଇଛନ୍ତି । ତାଙ୍କୁ ଟିମ୍ ଇଣ୍ଡିଆର ପ୍ରଶିକ୍ଷଣ ଦେବା ଉଚିତ ବୋଲି କହିଛନ୍ତି। 

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ପାକିସ୍ତାନ ଗ୍ୟାରି କର୍ଷ୍ଟନଙ୍କୁ ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଥିଲା । କିନ୍ତୁ ଗ୍ୟାରିଙ୍କ କୋଚିଂ ପାକିସ୍ତାନ ପାଇଁ ସଫଳ ହୋଇପାରିନାହିଁ । ଗ୍ୟାରିଙ୍କ କୋଚିଂ ଅଧୀନରେ ପାକିସ୍ତାନ ଗ୍ରୁପ୍ ପର୍ଯ୍ୟାୟର ପ୍ରଥମ ଦୁଇଟି ମ୍ୟାଚ୍ ହାରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.