ମୁମ୍ବାଇ ୨୧।୦୫ : ରିଙ୍କୁଙ୍କୁ ମିସ୍ କରିବ ଟିମ୍ ଇଣ୍ଡିଆ । ବିଶ୍ୱକପ୍ ଟିମ୍ରେ ୪ ଜଣ ସ୍ପିନର ସିଲେକ୍ଟ କରିବାର ନଥିଲା । ଆଗାମୀ ଟି-୨୦ ବିଶ୍ୱକପ୍ ନେଇ ଚୟନ ହୋଇଥିବା ଦଳକୁ ନେଇ ଏପରି ମତ ଦେଇଛନ୍ତି ପୂର୍ବତନ କ୍ରିକେଟ୍ର ହରଭଜନ ସିଂହ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଦଳ ଚୟନ ହୋଇଛି । ବ୍ୟାଟିଂରେ ଟିମ୍ ଜବରଦସ୍ତ ରହିଛି । ତଥାପି ଜଣେ ଦ୍ରୁତ ବୋଲରଙ୍କ ଅଭାବ ରହିବ । ଏହାସହିତ ମୋ ମତରେ ଆଉ ଜଣେ ଖେଳାଳିଙ୍କୁ ଆମେ ସମସ୍ତେ ମିସ୍ କରିବା । ସେ ହେଉଛନ୍ତି ଫିନିସର ରିଙ୍କୁ ସିଂହ । କାହିଁକି ନା ରିଙ୍କୁଙ୍କ ପରି ଖେଳାଳି । କୌଣସି ବି ପରିସ୍ଥିତିରେ ମ୍ୟାଚ୍ର ପରିସ୍ଥିତି ବଦଳାଦେବେ ରିଙ୍କୁ ।ତେଣୁ ତାଙ୍କ ପରି ଖେଳାଳି ଟିମ୍ର ରହିବା ଜରୁରୀ ।
ସେହିପରି ବିଶ୍ୱକପ୍ ଟିମ୍ରେ ୪ ଜଣ ସ୍ପିନର ସାମିଲ କରିବା ଠିକ୍ ନଥିଲା । ସ୍ପିନର ଭାବେ ଟିମ୍ ପାଖରେ ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ ସାମିଲ ହୋଇଛନ୍ତି । ମୋ ମତରେ ଟିମ୍ ପାଇଁ ବର୍ତ୍ତମାନ ସ୍ଥିତିରେ ୪ଜଣିଆ ସ୍ପିନର ସିଲେକ୍ଟ କରିବା ଅନାବଶ୍ୟକ ଥିଲା । ଗୋଟିଏ ସ୍ପିନର ବଦଳରେ ଜଣେ ଦ୍ରୁତ ବୋଲରଙ୍କୁ ସାମିଲ କରିଥାନ୍ତେ । ଯାହା ଟିମ୍ ପାଇଁ ଲାଭଦାୟକ ହୋଇଥାନ୍ତା ।
ତେବେ ବାକିଙ୍କ ଖେଳାଳିଙ୍କ କଥା ଦେଖିଲେ ରିଷଭ ପନ୍ଥ, ସଞ୍ଜୁ ସାମସନ ଭଲ ଫର୍ମରେ ଅଛନ୍ତି । ତେଣୁ ଏହା ବିରୋଧୀ ପାଇଁ ସାଜିପାରନ୍ତି ଟେନ୍ସନ୍ । ଉଭୟ ଚଳିତ ଆଇପିଏଲ୍ ସିଜିନ୍ରେ ଲଗାତର ଭାବେ ପ୍ରଦର୍ଶନ କରିଆସୁଛନ୍ତି ।
ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା ( ଉପ-ଅଧିନାୟକ), ଯଶସ୍ୱୀ ଜୈସଓ୍ୱାଲ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ ( ଓ୍ୱିକେଟ୍ କିପର), ସଞ୍ଜୁ ସାମ୍ସନ୍ ( ଓ୍ୱିକେଟ୍ କିପର), ଶିଭମ୍ ଦୁବେ, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସିରାଜ
ରିଜର୍ଭ ଖେଳାଳି-ଶୁଭମନ ଗିଲ୍, ରିଙ୍କୁ ସିଂହ, ଖଲିଲ ଅହମ୍ମଦ, ଆଭେଶ ଖାନ୍