ପ୍ରତିଦିନ ଖାଆନ୍ତୁ ପାନ ପତ୍ର, ମିଳିବ ଅନେକ ଫାଇଦା...

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ ୧୬।୦୬; ଚାଲିଛି ରଜ ପର୍ବ । ରଜରେ ପାନ ଖାଇବା ମଜା ହିଁ ନିଆରା । କିନ୍ତୁ ଜାଣନ୍ତି କି ଶରୀର ପାଇଁ କୌଣସି ରାମବାଣ ଠାରୁ କମ୍ ନୁହେଁ ପାନ ପତ୍ର ।  ଖାସ୍ କରି ୟୁରିକ୍ ଏସିଡ୍ ସମସ୍ୟାକୁ ଦୂର କରିବାରେ ଏହା ଖୁବ୍ ଲାଭଦାୟକ ଅଟେ । ଏହାକୁ ପ୍ରତିଦିନ ଚୋବାଇ ଖାଇବା ଦ୍ବାରା ୟୁରିକ୍ ଏସିଡ୍ରୁ ମୁକ୍ତି ମିଳିପାରେ । କିନ୍ତୁ ଏହି ସମୟରେ କୌଣସି ପ୍ରକାରର ତମାଖୁ ନଖାଇବାକୁ ଆବଶ୍ୟକ । 

ପାନ ପତ୍ରରେ ଅନେକ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି । ଏହା ପାଟିରେ ଥିବା ଅନେକ ଜୀବାଣୁ ସହ ଲଢିଥାଏ । ଖାଇବା ପରେ ପାନ ପତ୍ର ଚୋବାଇଲେ ପେଟ ସୁସ୍ଥ ରହିବା ସହିତ ଦାନ୍ତ ଯନ୍ତ୍ରଣା, ଗଣ୍ଡି ଯନ୍ତ୍ରଣା ଏବଂ ପାଟି ସଂକ୍ରମଣରୁ ମୁକ୍ତି ଦେଇଥାଏ…

ପାନ ପତ୍ର ଅନ୍ତନଳୀକୁ ରକ୍ଷା କରେ ଏବଂ ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ଏହା ରକ୍ତ ପ୍ରବାହକୁ ବଢାଇବା ସହ ଅନ୍ତନଳୀକୁ ଭିଟାମିନ୍ ଓ ପୋଷକ ତତ୍ତ୍ୱ ଗ୍ରହଣ କରିବାରେ ସାହାଯ୍ୟ କରିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ ପାନ ପତ୍ର ରକ୍ତରେ ଶର୍କରା ନିୟନ୍ତ୍ରଣ କରିବାର କ୍ଷମତା ରହିଛି । 

ଯାହା ଟାଇପ୍-୨ ମଧୁମେହ କମାଇବାରେ କରିଥାଏ ସାହାଯ୍ୟ । ପାନ ପତ୍ର ଏକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ । ଯାହା ଅକ୍ସିଡେଟିଭ୍ ଚାପ ସହିତ ଲଢିବାରେ ସାହାଯ୍ୟ କରେ ଏବଂ ଅନିୟନ୍ତ୍ରିତ ରକ୍ତ ଗ୍ଲୁକୋଜ ଦ୍ବାରା ହେଉଥିବା ପ୍ରଦାହକୁ ହ୍ରାସ କରିଥାଏ…

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.