ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ରାଜ୍ୟସଭାର ଗୋଟିଏ ଆସନ ପାଇଁ କ୍ରସ୍ ଭୋଟିଂ ଆଶଂକାକୁ ନେଇ ମଙ୍ଗଳବାର ଦିନ ତମାମ ରାଜ୍ୟ ରାଜନୀତି ଉଷ୍ମ ରହିଥିଲା । କଂଗ୍ରେସ ଅଭିଯୋଗ କରିଛି ଯେ ତାଙ୍କର କିଛି ବିଧାୟକ ଗାୟବ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ସିଧାସଳଖ ବିଜେପିକୁ ଟାର୍ଗେଟ୍ କରି ବିଧାୟକଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀ ସୁଖୁ କହିଛନ୍ତି ଯେ ସିଆରପିଏଫ ବଳରେ ତାଙ୍କ ପାର୍ଟିର କିଛି ବିଧାୟକଙ୍କୁ ପଞ୍ଚକୁଲା ନିଆଯାଇଛି । ଅଭିଯୋଗ ଅନୁସାରେ ମୋଟ ୧୨ ଜଣ ବିଧାୟକଙ୍କୁ ପଞ୍ଚକୁଲା ନିଆଯାଇଛି ।
ଏଥିରୁ ଅନୁମାନ କରାଯାଉଛି ଯେ ହିମାଚଳ ପ୍ରଦେଶରେ କିଛି ବଡ଼ ଖେଳ ହୋଇପାରେ । ଅଭିଯୋଗ ଏହା ଯେ କଂଗ୍ରେସ ମୋଟ ୯ ବିଧାୟକ ଏବଂ ତିନି ନିର୍ଦଳୀୟ ବିଧାୟକଙ୍କୁ ହରିୟାଣା ନିଆଯାଇଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁଖୁ କହିଥିଲେ ଯେ ଯଦି ଘୋଡ଼ା ବେପାର ନହୁଏ ଏବଂ କ୍ରସ୍ ଭୋଟିଂ ନହୁଏ ତେବେ ତାଙ୍କ ପ୍ରାର୍ଥୀ ଜିତି ଯିବେ ।
wp:html/wp:html#WATCH | Rajya Sabha Elections | Himachal Pradesh CM Sukhvinder Singh Sukhu says, "The manner in which the counting has begun and Opposition leaders are threatening the polling officers again and again is not right for democracy...They had halted the counting for long. I urge the… pic.twitter.com/FffPrwABDv
— ANI (@ANI) February 27, 2024
ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଭୋଟ ଦେବା ପରେ କହିଥିଲେ ଯେ ବିଧାୟକମାନେ ପାର୍ଟିର ବିଚାରଧାରା ଅନୁରୂପରେ ଭୋଟ ଦେଇଛନ୍ତି । ବିଧାନସଭାରେ ଆମର ୪୦ ବିଧାୟକ ଅଛନ୍ତି, ଯଦି ଘୋଡ଼ା ବେପାର ନହୁଏ ତେବେ ସବୁ ଆମକୁ ମିଳିବ । ଅନ୍ୟପଟେ ବିରୋଧୀ ଦଳ ନେତା ଜୟରାମ ଠାକୁର କହିଛନ୍ତି ଯେ ଭୋଟ ଦେବା ବିଧାୟକଙ୍କ ଗଣତାନ୍ତ୍ରିକ ଅଧିକାର । ପ୍ରାର୍ଥୀ ନିର୍ବିରୋଧରେ ନିର୍ବାଚିତ ହେବ ତାହା ଜରୁରୀ ନୁହେଁ । ମୁଖ୍ୟମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ବୟାନ ସାମନାକୁ ଆସିବା ପରେ ରାଜ୍ୟରେ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଚର୍ଚ୍ଚାକୁ ଅଧିକ ବଳ ମିଳିଛି ।
Also Read: ହିମାଚଳ ପ୍ରଦେଶ: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ! ସିଏମ୍ ସୁଖୁ ଡାକିଲେ ଜରୁରୀ ବୈଠକ