କଟକ: ହୋଲିରେ ରଙ୍ଗ ଅବିର ଖେଳର ଆନନ୍ଦରୁ କେହି ବଞ୍ଚିତ ରହିନଯାଆନ୍ତୁ।ପରିଵାର ଵା ପିତାମାତାଙ୍କ ଅନୁପସ୍ଥିତିର ଅଭାଵ ବୋଧ ଛୋଟ ଛୋଟ ପିଲାଙ୍କ ମନରେ ରହି ନଯାଉ। ସମସ୍ତେ ରଙ୍ଗର ପର୍ବରେ ସାମିଲ ହୋଇ ମନକୁ ରଙ୍ଗିନ କରନ୍ତୁ। ଖାସ୍ ଏଇ ଉଦ୍ଦେଶ୍ୟ ନେଇ କଟକ ଡଗରପଡାରେ ଥିବା ଓଡିଶାର ସର୍ଵ ପୁରାତନ ଅନାଥାଶ୍ରମ 'ଵିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ'ରେ ଆୟୋଜିତ ହୋଇଥିଲା ନିଆରା ହୋଲି ଉତ୍ସଵ।
କଟକ ଡଗରପଡାରେ 'ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମ।' ଆଶ୍ରମରେ ରଙ୍ଗର ପର୍ଵ ହୋଲି ପାଳନର ଦୃଶ୍ୟ।୧୯୨୧ ମସିହାରେ ପ୍ରତିଷ୍ଠା ହୋଇଥିଵା ଏହି ଶତାୟୁ ଆଶ୍ରମ ଅତୀତରେ ଅନାଥ ଶିଶୁଙ୍କୁ କୋଳେଇ ନେଇ ଵଡ ମଣିଷ କରିଛି। ଆଜି ଏହି ଆଶ୍ରମରେ ପରିଵାରଠାରୁ ଦୁରରେ ଵାପା, ମା'ଙ୍କ ସ୍ନେହରୁ ଵଞ୍ଚିତ ଅନେକ ପିଲା ରହୁଛନ୍ତି। ତେବେ ହୋଲି ଭଳି ପର୍ଵ ପର୍ବାଣୀ ଆସିଲେ ଏହି ପିଲା ମାନଙ୍କ ମନରେ ଯେଭଳି କୈାଣସି ଅଭାଵ ବୋଧ ନରୁହେ, ସେଥିପାଇଁ ଆଶ୍ରମ ଓ ଆଶ୍ରମର କାମରେ ସହାୟତା କରୁଥିବା ଅନେକ ଵ୍ୟକ୍ତି ଆଗେଇ ଆସନ୍ତି। ଆଜି ଛୋଟ ଛୋଟ ପିଲାଙ୍କ ମେଳରେ ରଙ୍ଗର ପର୍ଵ ପାଳନ କରି ସେମାନଙ୍କ ଓଠରେ ଟିକେ ହସ ଫୁଟାଇଵା ପାଇଁ ଅନେକ ସହୃଦୟ ଅନନ୍ୟ ପ୍ରୟାସ କରିଛନ୍ତି।
ଆୟୋଜକ,ଆଶ୍ରମ ପରିଚାଳକ ଓ ଶୁଭେଚ୍ଛୁ ମାନଙ୍କର ଗୋଟିଏ ଲକ୍ଷ୍ୟ, ଏଭଳି ଅବସରରେ ଛୋଟ ପିଲା ମାନଙ୍କ ମନରେ ଟିକିଏ ଖୁସି ଭରିଦେଵା। ନିଜ ପରିବାର ଵା ଵାପା, ମା'ଙ୍କ ପାଖରେ ଥିଲେ ଯେମିତି ଏହି ପିଲା ମାନେ ଅଳି କରି ରଙ୍ଗ କିଣି ଥାଆନ୍ତେ ଆଉ ସାଙ୍ଗ ସାଥି ମାନଙ୍କ ସହ ରଙ୍ଗ ବୋଳା ଵୋଳିରେ ନିଜକୁ ହଜାଇ ଦେଇଥାନ୍ତେ, ଠିକ୍ ସେହିପରି ପରିଵେଶ ସୃଷ୍ଟି କରିଵା ପାଇଁ ପ୍ରୟାସ କରିଥିଲେ ଆୟୋଜକ ମାନେ।ପିଲା ମାନେ ଵି ବେଶ୍ ଖୁସିରେ ନାଚି ନାଚି ରଙ୍ଗ ଖେଳରେ ହଜି ଯାଇଥିଲେ।ବାସ୍ ଏଇ ପିଲା ମାନଙ୍କ ଓଠରେ ଏଇ ଚେନାଏ ହସ ଆଉ ମନରେ ଏଇ ଆଞୁଳାଏ ଖୁସି ଦେଖିଵା ପାଇଁ ଆଜିର ଆୟୋଜନ।
୧୯୨୫ ମସିହାରେ ମହାତ୍ମା ଗାନ୍ଧୀଙ୍କ ମଧ୍ୟ ପାଦ ପଡିଥିଲା ଏହି ବିଚିତ୍ରାନନ୍ଦ କଲ୍ୟାଣ ଆଶ୍ରମରେ। ଆଜି ଆଶ୍ରମଟି ଗାନ୍ଧିଜୀଙ୍କ ଆଗମନର ଶହେ ଵର୍ଷ ପାଳନ କରୁଥିବା ବେଳେ ହୋଲି ହେଉ କି ଦୀପାବଳି,ସବୁ ଅବସରରେ ଏହି ପିଲା ମାନଙ୍କୁ ସାମିଲ କରିଵା ପାଇଁ କୌଣସି ସୁଯୋଗ ହାତଛଡ଼ା କରନ୍ତିନି ଆଶ୍ରମ କର୍ତ୍ତୃପକ୍ଷ।