ନୂଆଦିଲ୍ଲୀ ୨୯।୧୧: ବର୍ତ୍ତମାନ ସମୟରେ ପ୍ରାୟ ସମସ୍ତଙ୍କର ଗ୍ୟାସ ସମସ୍ୟା । ପେଟରେ ଗ୍ୟାସ ହେବା ଏକ ସାଧାରଣ ହୋଇଗଲାଣି । ଯେଉଁଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏଥିରେ ପୀଡିତ । ପେଟରେ ଯନ୍ତ୍ରଣା, ଏବଂ ପେଟ ଭାରି ଭାରି ଅନୁଭବ ହୋଇଥାଏ ।
ଗ୍ୟାସ ସମସ୍ୟା ଏଡାଇବା ପାଇଁ ବେଶ୍ ପ୍ରଭାବଶାଳୀ ଘରୋଇ ଉପଚାର । ରୋଷେଇ ଘରେ ଥିବା କିଛି ଜିନିଷରେ ଏଡାଇ ହେବ ଗ୍ୟାସ ସମସ୍ୟା । ବିଶେଷଜ୍ଞଙ୍କ ଅନୁଯାୟୀ ପାନମଧୁରୀ ଚୋବାଇବା ଦ୍ୱାରା ଗ୍ୟାସର ଲକ୍ଷଣ କମିଯାଏ। ଜୁଆଣିରେ ଲୁଣକୁ ମିଶାଇ ଚୋବାନ୍ତୁ ।
ଏପରି କରିବା ଦ୍ବାରା ହୋଇଥିବା ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହାକୁ ପାଣିରେ ଫୁଟାଇ ସେଥିରେ କଳା ଲୁଣ ମିଶାଇ ମଧ୍ୟ ପିଇପାରିବେ । ଗ୍ୟାସ ସମସ୍ୟା ଏଡାଇବା ପାଇଁ ତୁଳସୀ ପତ୍ର ବେଶ୍ ପ୍ରଭାବଶାଳୀ ହୋଇଥାଏ । ତୁଳସୀ ପତ୍ରକୁ ପାଣିରେ ଫୁଟାଇ ଏହାକୁ ପିଇଲେ ଗ୍ୟାସରୁ ମିଳିପାରେ ଆଶ୍ବସ୍ତି ।
ଘୋଳ ଦହିରେ ଭଲ ବ୍ୟାକଟେରିଆ ଏବଂ ଲାକ୍ଟିକ୍ ଏସିଡ୍ ମିଳିଥାଏ । ଏହା ଏସିଡିଟିର ଲକ୍ଷଣରୁ ତୁରନ୍ତୁ ମୁକ୍ତି ଦେଇପାରେ । ଆପଣ ଡାଏଟ୍ରେ ଘୋଳ ଦହିରେ ସାମିଲ କରିପାରିବେ । ଗୁ଼ଡ ପାଚନ ଶକ୍ତି ପାଇଁ ବେଶ୍ ଲାଭାଦାୟକ ହୋଇଥାଏ । ଖାଦ୍ୟ ଖାଇବା ପରେ ଅଳ୍ପ ଗୁଡ ଖାଇବା ଦ୍ବାରା ଖାଦ୍ୟ ସହଜରେ ହଜମ ହୋଇଥାଏ ଏବଂ ଗ୍ୟାସ ସମସ୍ୟାକୁ ହେବାରେ ରୋକିଥାଏ ।