ଦିଗପହଣ୍ଡି ୩୧।୭: ପୋଲିସ ଭୟରେ ବିଷ ପିଇଲେ ସ୍ବାମୀ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ଅନ୍ତର୍ଗତ ଫାସିଗୁଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍ତ୍ରୀକୁ ମାଡ଼ ମାରିଥିବା ସ୍ୱାମୀ ପୋଲିସ ଭୟରେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି ।
ସ୍ୱାମୀ କୁନା ବିଶୋୟୀ ବାରମ୍ବାର ମଦ ପିଇ ମାଡ଼ପିଟ କରିବାରୁ ସ୍ତ୍ରୀ ସୁଷମା ବିଶୋୟୀ ଥାନାକୁ ବାହାରିଥିଲା । ପୋଲିସ ଓ ଗିରଫଦାରୀ ଭୟରେ ବିଷ ପିଇଥିଲେ । ମେଡିକାଲ ନେବା ପୂର୍ବରୁ ଘରେ ସ୍ବାମୀର ମୃତ୍ୟୁ ଘଟିଥିଲା । ମୃତଦେହ ଜବତ ସହ ବ୍ୟବଚ୍ଛେଦ ପାଇଁ ପଠାଇଛି ଦିଗପହଣ୍ଡି ପୋଲିସ । ବର୍ତ୍ତମାନ ଗାଁରେ ପହଞ୍ଚି ପୋଲିସ ତଦନ୍ତ ଆରମ୍ଭ କରିଛି ।
You Can Read:
କେରଳରେ ଫସିଥିବା ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର, ଏବେବି ଡାକ୍ତର ସ୍ବାଧୀନ ପଣ୍ଡା ନିଖୋଜ