ଗରିବଙ୍କ କଷ୍ଟ ବୁଝିବା ପାଇଁ ମୋତେ ବହି ଖୋଜିବାର ଆବଶ୍ୟକତା ପଡ଼େ ନାହିଁ : ପିଏମ୍ ମୋଦୀ

Published By : Prameya-News7 Bureau | August 12, 2023 IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ମଧ୍ୟ ପ୍ରଦେଶର ସାଗର ଜିଲ୍ଲାରେ କବି ତଥା ସମାଜ ସଂସ୍କାରକ ସନ୍ଥ ରବିଦାସଙ୍କକୁ ସମର୍ପିତ ୧୦୦ କୋଟି ଟଙ୍କାର ମନ୍ଦିର ସହ ସ୍ମାରକର ଭୂମିପୂଜା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ ଗରିବଙ୍କ କଷ୍ଟ ବୁଝିବା ପାଇଁ ମୋତେ ବହି ଖୋଜିବାର ଆବଶ୍ୟକତା ପଡେ ନାହିଁ ।

ପଢନ୍ତୁ: ସର୍ଜିକାଲ ଷ୍ଟ୍ରାଇକ୍‌ରେ ହିଁ ଦୂର ହେବ ମଣିପୁର ସମସ୍ୟା: ବିଜେପି ସହଯୋଗୀ ଦଳର କେନ୍ଦ୍ରକୁ ଦାବି

ପିଏମ୍ ମୋଦୀ କହିଛନ୍ତି, 'କରୋନା ମାହାମାରୀ ସମୟରେ ମୁଁ ସ୍ଥିର କରିଥିଲି ଯେ ସେ ଯାହା ବି ହେଉ ମୁଁ ମୋର ଗରିବ ଭାଇ ଭଉଣୀଙ୍କୁ ଭୋକିଲା ପେଟରେ ଶୋଇବାକୁ ଦେବି ନାହିଁ । ଭୋକିଲା ରହିବାର କଷ୍ଟ କଣ, ମୁଁ ଭଲ ଭାବେ ଜାଣିଛି । ଗରିବଙ୍କ ସ୍ୱାଭିମାନ କଣ ମୁଁ ଜାଣିଛି । ମୁଁ ଆପଣଙ୍କ ପରିବାର ସଦସ୍ୟ । ଆପଣଙ୍କ ସୁଖ ଦୁଃଖ ବୁଝିବା ପାଇଁ ମୋତେ ବହି ଖୋଜିବାର ଆବଶ୍ୟକତା ନାହିଁ ।'

wp:html /wp:html

ସେ କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଛୁ । ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ରାସନ ସୁନିଶ୍ଚିତ କରିଛୁ । ଆଜି ଆମର ଏହି ପ୍ରୟାସକୁ ସାରା ଦୁନିଆରେ ପ୍ରଶଂସା କରାଯାଉଛି ।

ପିଏମ୍ ମୋଦୀ କହିଛନ୍ତି ଯେ ପୂର୍ବର ସରକାର ଯେଉଁ ଯୋଜନା ଆଣୁଥିଲେ, ତାହା ନିର୍ବାଚନୀ ମୌସୁମୀ ହିସାବରେ ଆସୁଥିଲା । କିନ୍ତୁ ଆମ ଚିନ୍ତାଧାରା ଏହା ଯେ ଜୀବନର ପ୍ରତି ମୂହୂର୍ତ୍ତରେ ଦେଶ ବଞ୍ଚିତ, ପଛୁଆ, ଆଦିବାସୀ, ମହିଳା ଏବଂ ଏହି ସଭିଙ୍କ ସହ ଠିଆ ହେଉ ଏବଂ ଆମେ ସେମାନଙ୍କ ଆଶା-ଆକାଂକ୍ଷାକୁ ପୂରଣ କରିବୁ ।

Also read: ‘ଅତୀତରୁ ଶିକ୍ଷା ନେଇ ଆମ ମହାନ ପରମ୍ପରାକୁ ଆଗକୁ ବଢାଇବୁ’, ରାମଦାସ ମନ୍ଦିରର ଭୂମିପୂଜା କଲେ ପିଏମ୍ ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.