ନୂଆଦିଲ୍ଲୀ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲଜି (ଆଇଆଇଟି)ରେ ପଢୁଥିବା ସେହି ଛାତ୍ରଛାତ୍ରୀଙ୍କ ଲାଗି ଖୁସିଖବର ଯେଉଁମାନେ ପଢୁଥିବା ବି.ଟେକ୍ ପାଠ୍ୟକ୍ରମର ବୋଝ ବୋହି ପାରୁନାହାନ୍ତି ଅଥବା ପାଠପଢାରେ ଦୁର୍ବଳ ହେଉଛନ୍ତି। ଏଭଳି ଛାତ୍ରଛାତ୍ରୀଙ୍କ ଲାଗି ଖୁବ୍ ଶୀଘ୍ର ଆଇଆଇଟି ବିକଳ୍ପ ଆଣିବାକୁ ଯାଉଛନ୍ତି। ପାଠପଢାର ବୋଝ ସମ୍ଭାଳି ନ ପାରି ଫେଲ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏଣିକି କୋର୍ସ ପରିବର୍ତ୍ତନ କରିବାର ବିକଳ୍ପ ମିଳିବ।
{"id":163016}ଏଭଳି ଛାତ୍ରଛାତ୍ରୀଙ୍କୁ ପୁଣି ବିଏସସି ଇଞ୍ଜିନିୟରିଂକୋର୍ସକୁ ସିଫ୍ଟ କରାଯିବ। ଏଥିଲାଗି ସପ୍ଟେମ୍ବର ୨୭ ତାରିଖ ଦିନ ଆଇଆଇଟି ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା କାଉନସିଲ ବୈଠକରେ ପ୍ରସ୍ତାବ ଉପସ୍ଥାପନ କରାଯିବ। ମିଳିଥିବା ସୂଚନା ଅନୁସାରେ ଆଇଆଇଟି ପ୍ରଥମ ସିମେଷ୍ଟରରେ ହିଁ ୩ ହଜାର ଛାତ୍ରଛାତ୍ରୀ ଫେଲ ହୋଇଯାଉଛନ୍ତି। ଏଭଳି ଛାତ୍ରଛାତ୍ରୀଙ୍କୁ ଦ୍ୱିତୀୟବାର ପରୀକ୍ଷା ଦେବାର ସୁଯୋଗ ତ ମିଳୁଛି ହେଲେ ମାନସିକ ଚାପ ଯୋଗୁ ମାତ୍ର କିଛି ଜଣ ସଫଳହୋଇପାରୁଛନ୍ତି। ଏଭଳି ଛାତ୍ରଛାତ୍ରୀଙ୍କୁ କୋର୍ସରୁ ବାହାର କରିଦିଆଯାଉଥିବା ବେଳେ ସେମାନେ ଅନ୍ୟ କୌଣସିଠାରେ ଆଡମିଶନ ପାଇପାରୁନାହାନ୍ତି। ଏଣୁ ଅନେକ କ୍ଷେତ୍ରରେ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି।
{"id":163017}ଚଳିତ ସିମେଷ୍ଟରରୁ ଆଇଆଇଟି ପାଠପଢାରେ ଦୁର୍ବଳ ହେଉଥିବା ଛାତ୍ରଛାତ୍ରୀଙ୍କୁ ବିଏସସି ଇଞ୍ଜିନିୟରିଂର ଦ୍ୱିତୀୟ ସିମେଷ୍ଟରକୁ ସିଫ୍ଟ କରିବାକୁ ପ୍ରସ୍ତୁତି କରୁଛନ୍ତି। ଯଦି କାଉନସିଲ ବୈଠକରେ ଏଥିଲାଗି ସମସ୍ତ ୨୩ଟି ଆଇଆଇଟି ସହମତ ହୁଅନ୍ତି ଯୋଜନା ଚଳିତ ବର୍ଷରୁ ଲାଗୁ ହୋଇଯାଇପାରେ। ଏହାଛଡା ସଂରକ୍ଷିତ ବର୍ଗରେ ଦୁର୍ବଳ ଛାତ୍ରଙ୍କୁ ସେମାନଙ୍କ ଛାତ୍ରବୃତ୍ତି ସହ ଏକ ବର୍ଷ କୋର୍ସ ସମ୍ପ୍ରସାରଣ ପ୍ରସ୍ତାବ ମଧ୍ୟ ଆଗତ ହେବ। ତେବେ ଏଭଳି ନିଷ୍ପତ୍ତି ଯୋଗୁ ଆଇଆଇଟି ରାଙ୍କ ହ୍ରାସ ହେବାର ଆଶଙ୍କା ଥିବାରୁ ସେ ନେଇ ମଧ୍ୟ କାଉନସିଲ ବୈଠକରେ ଆଲୋଚନା କରାଯିବ ବୋଲି ଜଣାପଡିଛି।
{"id":163018}ନିକଟରେ ମାନସ ସମ୍ବଳ ବିକାଶ ମନ୍ତ୍ରାଳୟଙ୍କ ଏକ ରିପୋର୍ଟରେ କେବଳ ଗତ ୨ ବର୍ଷରେ ୨ ହଜାର ୪୬୧ ଜଣ ଛାତ୍ରଛାତ୍ରୀ ଅଧାରୁ କୋର୍ସ ଛାଡିଛନ୍ତି। ପାଠ୍ୟକ୍ରମକୁ ବୁଝି ନ ପାରିବା, ଏଥି ଯୋଗୁ ମାନସିକ ଚାପ ଓ ସରକାରୀ ଚାକିରୀ ପାଇବା ଯୋଗୁ ଏତେ ସଂଖ୍ୟକ ଛାତ୍ରଛାତ୍ରୀ ଅଧାରୁ ପାଠପଢା ଛାଡିଛନ୍ତି।