୨୦୩୦ ସୁଦ୍ଧା ଭାରତ ଦୁନିଆର ତୃତୀୟ ବୃହତ ଅର୍ଥବ୍ୟବସ୍ଥା ହେବ: S&P

Published By : Prameya-News7 Bureau | December 05, 2023 IST

ନୂଆଦିଲ୍ଲୀ: ଭାରତ ୨୦୩୦ ସୁଦ୍ଧା ଦୁନିଆର ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ହେବ । ଆର୍ଥିକ ବର୍ଷ ୨୦୨୬-୨୭ରେ ଦେଶର ଜିଡିପି ବୃଦ୍ଧି ସାତ ପ୍ରତିଶତ ଯାଏ ପହଞ୍ଚିବା ଅନୁମାନ ରହିଛି । ଏସଆଣ୍ଡପି ଗ୍ଲୋବାଲ ରେଟିଂ ମଙ୍ଗଳବାର ଏହା କହିଛି । ଗ୍ଲୋବାଲ୍ କ୍ରେଡିଟ୍ ଆଉଟଲୁକ୍ ୨୦୨୪ରେ ଏସଆଣ୍ଡପି ୨୦୨୪ ମାର୍ଚ୍ଚ ଯାଏ ଆର୍ଥିକ ବର୍ଷରେ ୬.୪ ପ୍ରତିଶତ ଜିଡିପି ବୃଦ୍ଧି ଅନୁମାନ କରାଯାଇଛି । ପୂର୍ବ ଆର୍ଥିକ ବର୍ଷରେ ଏହା ୭.୨ ପ୍ରତିଶତ ଥିଲା । ରେଟିଂ ଏଜେନ୍ସି ଅନୁସାରେ ବୃଦ୍ଧି ହାର ଆସନ୍ତା ଆର୍ଥିକ ବର୍ଷ ୨୦୨୪-୨୫ରେ ୬.୯ ପ୍ରତିଶତରେ ପହଞ୍ଚିବା ପୂର୍ବରୁ ୬.୪ ପ୍ରତିଶତରେ ସ୍ଥିର ହୋଇ ରହିବ । ୨୦୨୬-୨୭ରେ ସାତ ପ୍ରତିଶତରେ ପହଞ୍ଚିବ ।

ପଢନ୍ତୁ: ଭାରତର ଆର୍ଥିକ ଅଭିବୃଦ୍ଧି ଅନୁମାନକୁ ବଢାଇଲା S&P, ଚଳିତ ବର୍ଷ ୬.୨% ହାରରେ ବଢିବ

ଏଜେନ୍ସି କହିଛି, 'ଆମେ ଆର୍ଥିକ ବର୍ଷ ୨୦୨୬-୨୭ରେ ଭାରତର ବୃଦ୍ଧି ସାତ ପ୍ରତିଶତ ଯାଏ ପହଞ୍ଚିବ । ଭାରତ ୨୦୩୦ ସୁଦ୍ଧା ତୃତୀୟ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ପାଲଟିବ । ଏହାସହ ଆଗାମୀ ତିନି ବର୍ଷରେ ସବୁଠୁ ଦ୍ରୁତଗତିରେ ବଢୁଥିବା ଅର୍ଥବ୍ୟବସ୍ଥା ରହିବ'। ବର୍ତ୍ତମାନ ସମୟରେ ଆମେରିକା, ଚୀନ, ଜର୍ମାନୀ ଓ ଜାପାନ ପରେ ଭାରତ ଦୁନିଆର ପଞ୍ଚମ ସବୁଠୁ ବଡ଼ ଅର୍ଥବ୍ୟବସ୍ଥା ।

Also Read: ଟଙ୍କା ଦୁର୍ବଳ ହେବା ଯୋଗୁ ଲାଭବାନ ହୋଇଛନ୍ତି ଭାରତୀୟ କମ୍ପାନୀ : S&P

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.