ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ୨୦ ପ୍ରତିଶତ ବୃଦ୍ଧି, ସଂଶୋଧିତ ଆକଳନର ୮୦ % ଟାର୍ଗେଟ୍ ଛୁଇଁଲା

Published By : Prameya-News7 Bureau | February 11, 2024 IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ନେଟ୍‌ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ବର୍ଷ ଆଧାରରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି। ମୋଟ ୧୫.୬୦ ଲକ୍ଷ କୋଟି ଟ୍ୟାକ୍ସ ସଂଗ୍ରହ ହୋଇଛି। ଏହି ରାଶି ୨୦୨୩-୨୪ର ସଂଶୋଧିତ ଆକଳନର ୮୦ ପ୍ରତିଶତ।

ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ(ସିବିଡିଟି) କହିଛି “ପ୍ରତ୍ୟକ୍ଷ କର ସଂଗ୍ରହଣର ଅସ୍ଥାୟୀ ଆକଳନରେ ଲାଗତର ବୃଦ୍ଧି ଦେଖିବାକୁ ମିଳିଛି। ଏହି ସମୟରେ ୧୦ ଫେବ୍ରୁଆରୀ ୨୦୨୪ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ କର ସଂଗ୍ରହରୁ ଜଣାପଡ଼େ ଯେ ମୋଟ ସଂଗ୍ରହ ୧୮.୩୮ ଲକ୍ଷ କୋଟି ଟଙ୍କା ରହିଛି। ଏହି ରାଶି ଗତବର୍ଷ ସମାନ ଅବଧିରେ ଆଦାୟ ହୋଇଥିବା ଟ୍ୟାକ୍ସ ତୁଳନାରେ ୧୭.୩୦ ପ୍ରତିଶତ ଅଧିକ।”

ପଢ଼ନ୍ତୁ-ଗହମ ଉପରେ ଷ୍ଟକ୍ ଲିମିଟ୍ ଲଗାଇଲେ କେନ୍ଦ୍ର ସରକାର, ଜାଣନ୍ତୁ କାହା ପାଇଁ କେତେ ନିର୍ଦ୍ଧାରିତ ହୋଇଛି ସୀମା

୨୦୨୩-୨୪ ଆର୍ଥିକ ବର୍ଷରେ ଫେବୃଆରୀ ୧୦ ପର୍ଯ୍ୟନ୍ତ ରିଫଣ୍ଡକୁ ଛାଡ଼ି ଦେଲେ ପ୍ରତ୍ୟକ୍ଷ କର ସଂଗ୍ରହ ୧୫.୬୦ ଲକ୍ଷ କୋଟି, ଯାହା ଗତ ବର୍ଷ ସମାନ ଅବିଧି ତୁଳନାରେ ୨୦.୨୫ ପ୍ରତିଶତ ଅଧିକ। ଏହି ସଂଗ୍ରହ ହେଉଛି ୨୦୨୩-୨୪ ପାଇଁ ପ୍ରତ୍ୟକ୍ଷ ଟ୍ୟାକ୍ସର ମୋଟ ସଂଶୋଧିତ ଆକଳନର ୮୦.୨୩ ପ୍ରତିଶତ।

ସିବିଡିଟି ଆହୁରି କହିଛି ଯେ ୧ ଏପ୍ରିଲ ୨୦୨୩ରୁ ୧୦ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ୨.୭୭ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି। ଏହି ଅବଧି ମଧ୍ୟରେ, କର୍ପୋରେଟ୍ ଆୟକର (CIT) ଏବଂ ବ୍ୟକ୍ତିଗତ ଆୟକର (PIT) ର ମୋଟ ରାଜସ୍ୱ ସଂଗ୍ରହ ମଧ୍ୟ କ୍ରମାଗତ ବୃଦ୍ଧି ଘଟିଛି। CIT ର ଅଭିବୃଦ୍ଧି ହାର ୯.୧୬ ପ୍ରତିଶତ ଥିବାବେଳେ PITର ଅଭିବୃଦ୍ଧି ହାର ୨୫.୬୭ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.