ତାଗିଦ୍‌ ପରେବି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁନି ଇରାନ, ବିଶ୍ୱ ପ୍ରତି ବିପଦ କହିଲା ଆମେରିକା

Published By : Prameya-News7 Bureau | June 14, 2024 IST

HT

ନୂଆଦିଲ୍ଲୀ: ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ବି ପରମାଣୁ କାର୍ଯ୍ୟକ୍ରମ ବନ୍ଦ କରୁନି ଇରାନ। ତାଗିଦ ସତ୍ୱେବି ଶୁଣିଲାନି ବରଂ ଦ୍ରୁତ ବେଗରେ ଚାଲିଛି କାର୍ଯ୍ୟ । ମିଳିତ ଜାତିସଂଘର ଆଣବିକ ମନିଟରିଂ ଏଜେନ୍ସିର ଏକ ରିପୋର୍ଟ ଆସିବା ପରେ ବିଶ୍ୱର ଅନେକ ଦେଶର ହଜାଇ ଦେଇଛି ନିଦ। ସେପଟେ ଇରାନର ଏହି ପଦକ୍ଷେପକୁ ନେଇ ଚେତାବନୀ ଦେଇଛି ଆମେରିକା। 

ଆଣବିକ କାର୍ଯ୍ୟକ୍ରମକୁ ନେଇ ସମାଲୋଚନାର ସମ୍ମୁଖୀନ ହେବା ପରେ ବି ଇରାନ ଉନ୍ନତ ଧରଣର ସେଣ୍ଟ୍ରିଫ୍ୟୁଜ୍ ସ୍ଥାପନ କରିବା ଆରମ୍ଭ କରିଛି। ଆସନ୍ତା ସପ୍ତାହରେ ଏକାଧିକ ସ୍ଥାପନ କରିବାକୁ ଯୋଜନା କରିଛି ବୋଲି କହିଛି IAEA। ଏହି ପଦକ୍ଷେପକୁ ଆଣବିକ ବିପଦ କହିଛି ଆମେରିକା। 

ନୂତନ ସେଣ୍ଟ୍ରିଫ୍ୟୁଜ ସ୍ଥାପନ ଇରାନର ଆଣବିକ କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିବ। ଯାହାକୁ ୟୁରାନିୟମ ତିଆରି ଯୁଦ୍ଧାସ୍ତ୍ରକୁ ବୃଦ୍ଧି କରିସାରିଛି। ଏକାଧିକ ପରମାଣୁ ୱାରହେଡ୍ ତିଆରି କରିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ଗଚ୍ଛିତ କରିଛି ଇରାନ। କିନ୍ତୁ ଇରାନ ଅଧିକ ଆଟମିକ୍ ଓ୍ୱାରହେଡ୍ କରିବାକୁ ଯୋଜନା କରୁଥିବାର କୌଣସି ସୂଚନା ନାହିଁ। IAEA କହିଛି ଯେ ଏହାର ନୀରିକ୍ଷକମାନେ ଯାଞ୍ଚ କରିଛନ୍ତି ଯେ ଇରାନ ଏହାର ଉନ୍ନତ IR-4 ଏବଂ IR-6 ସେଣ୍ଟ୍ରିଫ୍ୟୁଜର ତିନୋଟି 'କ୍ୟାସକେଡ୍'ରେ ୟୁରାନିୟମ୍ ଭରିବା ଆରମ୍ଭ କରିଛି।

କାସକେଡ୍ ହେଉଛି ସେଣ୍ଟ୍ରିଫ୍ୟୁଜର ଏକ ଅଂଶ ଯାହା ୟୁରାନିୟମକୁ ତ୍ୱରାନ୍ୱିତ କରେ। ଇରାନ ସେହି କାସକେଡ୍ରେ ୟୁରାନିୟମକୁ ଦୁଇ ପ୍ରତିଶତକୁ ବୃଦ୍ଧି କରିଛି। ଇରାନ ୟୁରାନିୟମକୁ 60 ପ୍ରତିଶତକୁ ବୃଦ୍ଧି କରିଛି, ଯାହା ଅସ୍ତ୍ରଶସ୍ତ୍ର ଉତ୍ପାଦନ ସ୍ତରର ନିକଟତର ହୋଇଛି। 

ଇରାନ ନାଟାନଜରେ ୧୮ଟି IR-2M ସେଣ୍ଟ୍ରିଫ୍ୟୁଜ ଏବଂ ଫୋର୍ଡୋ ଆଣବିକ କେନ୍ଦ୍ରରେ ୮ଟି କ୍ୟାସକେଡ୍ IR-6 ସେଣ୍ଟ୍ରିଫ୍ୟୁଜ ସ୍ଥାପନ କରିବାକୁ ଯୋଜନା କରିଛି। ସେପଟେ ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ମାଥ୍ୟୁ ମିଲର କହିଛନ୍ତି ଯେ ଇରାନ ଆଣବିକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ଯୋଜନା, କୌଣସି ଶାନ୍ତିପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ନୁହେଁ। ଯଦି ଇରାନ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରେ, ତେବେ ଆମେ ଉପଯୁକ୍ତ ଜବାବ ଦେବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.