ଇଟାଲୀରେ ଜର୍ଜିଆ ମେଲୋନୀଙ୍କୁ ଭେଟିଲେ ପିଏମ୍ ମୋଦୀ, ଭିନ୍ନ ରୂପେ କଲେ ସ୍ୱାଗତ ; ଦେଖନ୍ତୁ ଭିଡିଓ

Published By : Prameya-News7 Bureau | June 14, 2024 IST

ନୂଆଦିଲ୍ଲୀ: ଜି-7 ଶିଖର ସମ୍ମିଳନୀର ଆଉଟରିଚ୍ ଅଧିବେଶନରେ ସାମିଲ ହେବା ପାଇଁ ଇଟାଲୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦୀ ନିଜ ସମକକ୍ଷ ଜର୍ଜିଆ ମେଲୋନୀଙ୍କୁ ସାକ୍ଷାତ କରିଛନ୍ତି । ଦୁଇ ନେତା ପରସ୍ପରକକୁ ନମସ୍କାର କରି ଅଭିବାଦନ ଜଣାଇଥିଲେ । ପିଏମ୍ ମୋଦୀ ମଞ୍ଚରେ ଜର୍ଜିଆ ମେଲୋନୀଙ୍କ ସହ କିଛି ସମୟ ଯାଏ ହସି ହସି କଥା ହେଉଥିବା ନଜର ଆସିଥିଲେ । ଏହାପରେ ଦୁଇ ନେତା କିଛି ଫଟୋ ମଧ୍ୟ ଉଠାଇଥିଲେ ।



ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ବୈଶ୍ୱିକ ନେତାଙ୍କ ସହ ବ୍ୟାପକ ପ୍ରସଙ୍ଗରେ ଲଗାତାର ଦ୍ୱିପାକ୍ଷିକ ବାର୍ତ୍ତା କରୁଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦୀ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରି ପ୍ରତିରକ୍ଷା, ପରମାଣୁ ଏବଂ ମହାକାଶ ସହ ସାମରିକ ବୁଝାମଣାକୁ ଅଧିକ ମଜଭୁତ କରିବା ଉପରେ ଚର୍ଚ୍ଚା କରିଥିଲେ । ଦୁଇ ନେତା ପ୍ରମୁଖ ବୈଶ୍ୱିକ ଏବଂ କ୍ଷେତ୍ରୀୟ ପ୍ରସଙ୍ଗରେ ବିଚାର-ବିମର୍ଶ କରିଛନ୍ତି ।

ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ମଧ୍ୟ ଭେଟିଥିଲେ । ଏହି ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ମାନବ-କେନ୍ଦ୍ରୀତ ଦୃଷ୍ଟିକୋଣରେ ବିଶ୍ୱାସ କରେ ଏବଂ ଶାନ୍ତିର ମାର୍ଗ ‘ଆଲୋଚନା ଏବଂ କୂଟନୀତି’ ଦେଇ ଯାଇଥାଏ । ଇଟାଲୀର ଅପୁଲିଆ କ୍ଷେତ୍ରରେ ଜି-7 ଶିଖର ସମ୍ମିଳନୀ ସମୟରେ ଜେଲେନସ୍କିଙ୍କୁ ଭେଟିଥିଲେ । ପିଏମ୍ ମୋଦୀ ଜେଲେନସ୍କିଙ୍କ ସହ ବୈଠକରୁ ଏକ ବଡ଼ ଉପଯୋଗୀ ବୋଲି କହିବା ସହ  ଭାରତ, ୟୁକ୍ରେନ ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ ପାଇଁ ଉତ୍ସୁକ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.