ପିଏମ୍ ମୋଦୀଙ୍କ ସହ ଜର୍ଜିଆ ମେଲୋନୀଙ୍କ ସେଲ୍ଫି ଭିଡିଓ ଭାଇରାଲ୍, ପ୍ରଧାନମନ୍ତ୍ରୀ କହିଲେ-ଅମର ରହୁ ଭାରତ-ଇଟାଲୀ ବନ୍ଧୁତା

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ: ଇଟାଲୀର ଅପୁଲିଆରେ ଆୟୋଜିତ ଜି-୭ ଶିଖର ସମ୍ମିଳନୀ ଶେଷ ହୋଇସାରିଛି, କିନ୍ତୁ ଅନେକ ସ୍ମୃତି ଛାଡ଼ି ଯାଇଛି । ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେନୋଲୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ଏବଂ ପିଏମ୍ ମୋଦୀଙ୍କ ଉପସ୍ଥିତି ସାରା ଦୁନିଆର ଧ୍ୟାନ ଆକର୍ଷଣ କରିଛି । ବିଶ୍ୱର ସାତ ପ୍ରମୁଖ ଦେଶର ରାଷ୍ଟ୍ରାଧ୍ୟକ୍ଷ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ଏବଂ ବିଭିନ୍ନ ସମସାମୟିକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ଅବସରରେ ଜର୍ଜିଆ ମେଲୋନୀ ପ୍ରମୁଖ ଅତିଥିଙ୍କୁ ଜୋରଦାର ସ୍ୱାଗତ ଜଣାଇଥିଲେ । ଖାସ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମେଲୋନୀଙ୍କ ଏକ ସେଲ୍ଫି ଭିଡିଓ ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେଉଛି ।

ଜି-7 ଶିଖର ସମ୍ମିଳନୀ ସମୟରେ କରାଯାଇଥିବା ଏହି ଭିଡିଓରେ ଜର୍ଜିଆ ମେଲୋନୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ବେଶ ଖୁସି ନଜର ଆସୁଛନ୍ତି । ଜର୍ଜିଆ ହାତ ହଲାଇ ହସ ହସ ମୁହଁରେ କହୁଛନ୍ତି ଯେ- ହାଲୋ...ଫ୍ରମ୍ ଦ ମିଲୋଡି ଟିମ୍ । ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ହସ ହସ ଚେହେରାରେ ହାତ ହଲାଉଥିବା ଦେଖିବାକୁ ମିଳୁଛି ।



ଜର୍ଜିଆ ମେଲୋନୀ ଏହି ଭିଡିଓକୁ ନିଜର ଅଫିସିଆଲ୍ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ମଧ୍ୟ ସେୟାର କରିଛନ୍ତି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହାକୁ ରି-ପୋଷ୍ଟ କରି ଲେଖିଛନ୍ତି- ଲଙ୍ଗ୍ ଲିଭ୍ ଇଣ୍ଡିଆ-ଇଟାଲୀ ଫ୍ରେଣ୍ଡଶିପ୍ । ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଜୁନ୍ରୁ ୧୩ରୁ ୧୫ ଯାଏ ଇଟାଲୀର ଅପୁଲିଆରେ ଜି-7 ଆୟୋଜନ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.