ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୨୦ ବର୍ଷ ଜେଲ୍ ସଜା କାଟୁଥିବା ଗୁରମିତ ରାମ ରହିମକୁ ପୁଣି ମିଳିଲା ୩୦ ଦିନର ପାରୋଲ

Published By : Prameya-News7 Bureau | July 20, 2023 IST

ନୂଆଦିଲ୍ଲୀ: ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଜେଲ୍‌ରେ ବନ୍ଦ ଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମକୁ ପୁଣିଥରେ ୩୦ ଦିନ ପାଇଁ ପାରୋଲ ମିଳିଛି। ହରିଆଣା ସରକାର ପୁଣିଥରେ ଗୁରମିତର ପାରୋଲକୁ ଅନୁମୋଦନ ଦେଇଛନ୍ତି। ଚଳିତ ବର୍ଷ ଜାନୁଆରୀ ମାସରେ ବି ମାସକ ପାଇଁ ପାରୋଲ୍‌ରେ ଆସିଥିଲା ଗୁରମିତ

ଜେଲ୍‌ ବନ୍ଦ ହେବା ଦିନ ଠାରୁ ଏମିତି ମାସକ ପାଇଁ ବାହାରକୁ ଆସୁଛି ଗୁରମିତ। ପୁଣି ଟାଇମ ସରିଗଲେ ଜେଲ୍‌କୁ ଫେରି ଯାଉଛି। ଏମିତି ହେଇ କିଛି ଦିନ ସେ ଜେଲ୍‌ରେ ବିତାଉଥିବା ବେଳେ କିଛି ଦିନ ସେ ବାହାରେ ବିତାଉଛନ୍ତି। ସଂତସଂଗ କରୁଛନ୍ତି

Gurmeet Ram Rahim Singh: The 'Godman' who thrived on controversy

ଏହି ଆତ୍ମଘୋଷିତ ବାବା ବିରୋଧରେ ଦୁଷ୍କର୍ମ, ହତ୍ୟା ଭଳି ଏକାଧିକ ସାଂଘାତିକ ଅଭିଯୋଗ ଲାଗିଛି। ହେଲେ ହରିଆଣା ସରକାରଙ୍କର ବାବାଙ୍କ ପ୍ରତି ଅପାର ସମବେଦନା ରହିଥିବା ଲୋକେ କହୁଛନ୍ତି। ବର୍ତ୍ତମାନ ନିର୍ଦ୍ଦେଶ ଅନୁସାରେ, ଗୁରମିତ ସମସ୍ତ ପାରୋଲ ସମୟ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାରେ ଥିବା ସତନମ ଆଶ୍ରମରେ କାଟିବେ।     

ସୂଚନା ଥାଉକି ଗୁରମିତ ସିର୍ସାରେ ଥିବା ତାଙ୍କ ଆଶ୍ରମରେ ଦୁଇ ମହିଳାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ମିଳିଛି। ସେ ବର୍ତ୍ତମାନ ରୋହତକ ଜେଲ୍‌ରେ ବନ୍ଦୀ ଅଛନ୍ତି। ପଞ୍ଜାବ, ହରିୟାଣା, ହିମାଚଳ ପ୍ରଦେଶ ଓ ଉତ୍ତରପ୍ରଦେଶରେ ଗୁରମତିଙ୍କର ଲାକ୍ଷାଧିକ ଉତ୍ତରାଧିକାରୀ ଅଛନ୍ତି। ଆତ୍ମଘୋଷିତ ବାବାଙ୍କୁ ୫ଥର ବିଭିନ୍ନ କାରଣରୁ ପାରୋଲ ମିଳିଛି। ତନ୍ମଧ୍ୟରୁ ମାଆକୁ ଦେଖିବାକୁ କହି ମଧ୍ୟ ପାରୋଲ୍‌ରେ ଆସିଛନ୍ତି ଏହି ପାପୀ ବାବା।

Ram Rahim To Work Eight Hours In Jail, Earn Rs 20 Per Day

ହରିଆଣା ଗୁଡ କଣ୍ଡକ୍ଟ ପ୍ରିଜନର(ଉତ୍ତମ ଆଚରଣ ସମ୍ପନ୍ନ କଏଦୀ) ଆକ୍ଟ ୨୦୨୨ର ଧାରା ୩ ଅନୁସାରେ ରାମ ରହିମ ପାରୋଲ ଆବେଦନ କରୁଛି। ହରିଆଣା ସରକାର ମଧ୍ୟ ଏହାକୁ ଅନୁମୋଦନ କରୁଛନ୍ତି। ତେବେ ଜେଲ୍ ଆସିବା ପୂର୍ବରୁ ଗୁରମିତ ପାଇଁ ଅନେକ କଟକଣା ମଧ୍ୟ ରହୁଛି। ଜଣେ ଦୁଷ୍କର୍ମ ଓ ହତ୍ୟାକାରୀ ଅପରାଧି ପ୍ରତି ହରିଆଣା ସରକାରଙ୍କ ବାରମ୍ବାର ଅନୁକମ୍ପା ସାଧାରଣରେ ସମାଲୋଚିତ ହେଉଛି।

ଅଗଷ୍ଟ ୨୦୧୭ରେ ପଞ୍ଚକୁଲାରେ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୨୦୧୯ ରେ ଗୁରୁମିତ ରାମ ରହୀମ ସିଂ ଏବଂ ଅନ୍ୟ ତିନିଜଣଙ୍କୁ ସାମ୍ବାଦିକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

What Happens Behind Closed Doors in Gurmeet Ram Rahim's World?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.