୧୦ ବର୍ଷ ପରେ କାଲି ଭୋଟ୍ ଦେବେ ଜାମ୍ମୁ କାଶ୍ମୀର ବାସୀ,ସୁରକ୍ଷା ବ୍ୟବସ୍ଥା କଡାକଡି

Published By : Prameya-News7 Bureau | September 17, 2024 IST

ଶ୍ରୀନଗର ୧୭/୯: ବୁଧବାର ଜମ୍ମୁ କାଶ୍ମୀର ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୨୪ଟି ବିଧାନସଭା ଆସନରେ ପଡିବ ଭୋଟ୍‌ । ଦୀର୍ଘ ୧୦ ବର୍ଷ ପରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର୍‌ ।ଅନନ୍ତନାଗ ଜିଲ୍ଲାରେ ୬୪,ପୁଲୱାମାରେ ୪୫,ଡୋଡାରେ ୨୫,କୁଲଗାମରେ ୨୫,କିସ୍ତୱାଡରେ ୨୨,ସୋପିଆନରେ ୨୧ ଓ ରମ୍ବନରେ ୧୫ ଜଣ ପ୍ରାର୍ଥୀ ଏମିତି ପ୍ରଥମ ପର୍ଯ୍ୟାୟ ପାଇଁ ମଇଦାନରେ ଅଛନ୍ତି ୨୧୯ ପ୍ରାର୍ଥୀ । ନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ୩ଶହ କଂପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି । ସେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରିଛି । ଶେଷ ଦିନରେ ବିଜେପି,କଂଗ୍ରେସ ଓ ନାସନାଲ କନଫରେନ୍ସ ଜୋରଦାର ପ୍ରଚାର କରିଥିଲେ । ବିଜେପି ସହ ମୈଦାନରେ କଂଗ୍ରେସ ଓ ଏନ୍‌ସିର ଜୋରଦାର ଟକ୍କର ହେବ ।

  • Jammu Kashmir
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.