ଟିମ୍ ଇଣ୍ଡିଆ ଫିଲ୍ଡିଂ କୋଚ୍ ହୋଇ ପାରନ୍ତି ଜଣ୍ଟି ରୋଡ୍ସ , ଗମ୍ଭୀରଙ୍କ ସହ ସମ୍ଭାଳିବେ ଦାୟିତ୍ଵ !

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ଟି-୨୦ ବିଶ୍ଵକପ୍ ୨୦୨୪ ସରିବା ପରେ ଭାରତୀୟ ଦଳର କୋଚିଂ ଷ୍ଟାପରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କାରଣ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବିଶ୍ଵକପ୍ ୨୦୨୪ ପରେ ସମାପ୍ତ ହେଉଛି। ବିସିସିଆଇ ନୂତନ କୋଚ୍‌ର ସନ୍ଧାନରେ ଥିବା ବେଳେ ଏହି ପଦ ପାଇଁ ଗୌତମ ଗମ୍ଭୀର ସର୍ବାଗ୍ରେ ଅଛନ୍ତି। ଜୁନ ଶେଷ ଆଡ଼କୁ ଗମ୍ଭୀରଙ୍କୁ ନେଇ ଆନୁଷ୍ଠାନିକ ଘୋଷଣା ହୋଇପାରେ। ଦକ୍ଷିଣ ଆଫ୍ରିକାର ମହାନ ଫିଲଡର ଜଣ୍ଟି ରୋଡ୍ସ ଭାରତର ଫିଲ୍ଡିଂ କୋଚ୍ ହୋଇ ପାରନ୍ତି।

ରେଭସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, ଜଣ୍ଟି ରୋଡ୍ସଙ୍କୁ ଆନୁଷ୍ଠାନିକ ଭାବେ ପ୍ରସ୍ତାବ ମିଳିନାହିଁ। ମାତ୍ର ତାଙ୍କ ପରି ମହାନ ଫିଲ୍ଡରଙ୍କ ଉପରେ ବିସିସିଆଇ ବିଚାର କରୁଛି। ସାଧାରଣତଃ ମୁଖ୍ୟ କୋଚ୍‌ଙ୍କୁ ନିଜର କୋଚିଂ ଷ୍ଟାଫ ଚୟନ କରିବାର ସ୍ଵାଧୀନତା ରହିଥାଏ। ଏଥିରେ ନିଜ ହିସାବରେ ମୁଖ୍ୟ ପ୍ରଶିକ୍ଷକ ବ୍ୟାଟର, ବୋଲିଂ ଓ ଫିଲ୍ଡି କୋଚ୍  ଚୟନ କରି ପାରିବେ। ଏମିତିରେ ଜଣ୍ଟି ରୋଡ୍ସ ଆଇପିଏଲ୍‌ରେ ଗମ୍ଭୀରଙ୍କ ସହ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସରେ କାମ କରିଛନ୍ତି। ଉଭୟଙ୍କ ମଧ୍ୟରେ ଉତ୍ତମ ସମନ୍ବୟ ରହିଛି।

ରୋଡ୍ସ ନିଜ ସମୟରେ ଦୁନିଆର ସର୍ବଶ୍ରେଷ୍ଠ ଫିଲ୍ଡର ଥିଲେ। ସେ ନଅ ବର୍ଷ ଧରି ମୁମ୍ବାଇ ଇଣ୍ଡିଆନ୍ସର କୋଚିଂ ଷ୍ଟାଫ ଥିଲେ। ଏହା ପରେ ଲକ୍ଷ୍ନୌ ସୁପର ଜାୟଣ୍ଟ୍ସର ଫିଲ୍ଡିଂ କୋଚ୍ ଦାୟିତ୍ଵ ଗ୍ରହଣ କରିଥିଲେ। ସେ ୨୦୧୯ରେ ଭାରତର ଫିଲ୍ଡିଂ କୋଚ୍ ପାଇଁ ଆବେଦନ କରିଥିଲେ। ମାତ୍ର ତାଙ୍କୁ ସୁଯୋଗ ମିଳି ନ ଥିଲା। ବର୍ତ୍ତମାନ ଭାରତର ଫିଲ୍ଡିଂ କୋଚ୍ ଅଛନ୍ତି ଟି ଦିଲୀପ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.