ବିନିକା ୧୧।୭: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଫୁଲଚରା ଗାଁର ସୁରଥ ନାଏକ ନିଖୋଜ l ବୁଧବାର ରାତିରୁ ନିଖୋଜ ଅଛନ୍ତି ସୁରଥ l ଫୁଲଚରା ଗାଁମୁଣ୍ଡ ହରିହରଯୋର ବାଲି ପଠାରେ ସୁରଥଙ୍କ ଚପଲ ପଡିଥିବା ବେଳେ ବାଲିରେ କିଛି ଚିହ୍ନ ରହିଛି l ସୁରଥଙ୍କୁ ହତ୍ୟା ପାଇଁ ଅପହରଣ କରାଯାଇଥିବା ନେଇ ବୁଧବାର ରାତି ଠାରୁ ପରିବାର ପକ୍ଷରୁ ଥାନାରେ ମାମଲା ଦାୟର କରାଯାଇଛି l
ତେବେ ଏପର୍ଯ୍ୟନ୍ତ ସୁରଥଙ୍କ କିଛି ଖୋଜଖବର ମିଳିପାରିନାହିଁ l ସୁରଥଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ଲୁଚା ଯାଇଥିବା ଅଭିଯୋଗ ହୋଇଛି l ଏହି ଘଟଣାରେ ଫୁଲଚରା ଗାଁର ୩ ଜଣ ସାମିଲ ଥିବା ଅଭିଯୋଗ ହୋଇଛି l ଏଣୁ ସୁରଥଙ୍କୁ ଖୋଜି ବାହାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଦାବିରେ ପରିବାର ଓ ଗ୍ରାମବାସୀ ବୀରମହାରାଜପୁର ମୁଖ୍ୟ ଛକରେ ରାସ୍ତା ଅବରୋଧ କରିଛନ୍ତି l ସେପଟେ ଅଭିଯୋଗ ଆଧାରରେ ଦୁଇ ଜଣଙ୍କୁ ପୋଲିସ ଅଟକ ରଖିବା ସହ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ ଆରମ୍ଭ କରିଛି l
You Can Read:
ବିନିକା ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ