ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ ସୁଶାନ୍ତ ଖୁଣ୍ଟିଆ, CRPF ପକ୍ଷରୁ ଦିଆଗଲା ତୋପ ସଲାମୀ

Published By : Prameya-News7 Bureau | August 12, 2023 IST

ଆନନ୍ଦପୁର ୧୨।୦୮:  ନକ୍ସଲ ଗୁଳିରେ ସହିଦ୍ ଓଡିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ଶେଷକୃତ୍ୟ ସଂପନ୍ନ । ଆନନ୍ଦପୁରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଅନ୍ତିମ ସଂସ୍କାର କରାଯାଇଛି । ବୈତରଣୀ ନଦୀକୂଳ ଶ୍ମଶାନ ଘାଟରେ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ସି ଆର୍ ପି ଏଫ୍ ପକ୍ଷରୁ ତୋପ ସଲାମୀ ଦିଆଯିବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା

ସହିଦ ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପର୍ଥିବ ଶରୀର ଆନନ୍ଦପୁରରେ ପହଞ୍ଚିବା ପରେ ଅଶ୍ରୁଳ ବିଦାୟ ଦିଆଯାଇଛି। ସହିଦ୍ ଯବାନଙ୍କ ମରଶରୀରକୁ ରାଞ୍ଚିରୁ କେନ୍ଦୁଝର ଦେଇ ଆସିବା ପରେ ଶୈଲଙ୍ଗ ଛକ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ପରେ ଏକ ବିଶାଳ ଶୋଭାଯାତ୍ରାରେ ଘସିପୁରା, ଶାଳପଡା, ଆନନ୍ଦପୁର ବ୍ରିଜ ଛକ, ବଡ଼ଦାଣ୍ଡ ଦେଇ ମରଶରୀର ୬ ନମ୍ବର ୱାର୍ଡରେ ଥିବା ତାଙ୍କ ଘରେ ପହଞ୍ଚିଥିଲା। ତାଙ୍କ ଘରେ ପରିବାର ସମ୍ପର୍କୀୟ ଶେଷ ଦର୍ଶନ କରିବା ପରେ ଶୋଭାଯାତ୍ରାରେ ବୈତରଣୀ ନଦୀକୂଳ ଶ୍ମଶାନକୁ ନିଆ ଯାଇଥିଲା।

ସହିଦ୍ ସୁଶାନ୍ତ ଅମର ରହେ ଧ୍ୱନିରେ ଚାରିଆଡ଼େ ପ୍ରକମ୍ପିତ ହୋଇଥିଲା। ହଜାର ହଜାର ଲୋକଙ୍କ ଉପସ୍ଥିତିରେ ସହିଦଙ୍କୁ ଶେଷ ସମ୍ମାନ ପ୍ରଦାନ କରାଯାଇଥିଲା। ଅନ୍ତିମ ସଂସ୍କାର ସମୟରେ ବିଧାୟକ ଭାଗିରଥି ସେଠୀ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ଏସ୍ ଡି ପିଓ ପ୍ରଶାନ୍ତ କୁମାର ବେହେରା, ପୂର୍ବତନ ବିଧାୟକ ମାୟାଧର ଜେନା ପ୍ରମୂଖ ଉପସ୍ଥିତ ଥିଲେ । ଝାଡ଼ଖଣ୍ଡ କୋଲହନ ଜଙ୍ଗଲରେ ନକ୍ସଲଙ୍କ ଅତର୍କିତ ଆକ୍ରମଣରେ ସହିଦ ହୋଇଛନ୍ତି ସୁଶାନ୍ତ ଖୁଣ୍ଟିଆ।

wp:embed {"url":"https://www.prameyanews7.com/eugene-merle-shoemaker-is-the-only-human-whose-grave-is-on-the-moon/","type":"wp-embed","providerNameSlug":"prameya-news-7"}
https://www.prameyanews7.com/eugene-merle-shoemaker-is-the-only-human-whose-grave-is-on-the-moon/
/wp:embed



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.