ଶ୍ରୀମନ୍ଦିର ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ, ଖୁବ୍‌ଶୀଘ୍ର ନିଆଯିବ ନିଷ୍ପତ୍ତି : ଆଇନ ମନ୍ତ୍ରୀ

Published By : Prameya-News7 Bureau | June 24, 2024 IST

ଭୁବନେଶ୍ବର ୨୪।୬: ଶ୍ରୀମନ୍ଦିର ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଖୁବ୍‌ ଶୀଘ୍ର ରତ୍ନଭଣ୍ଡାର ଖୋଲାଯାଇ ଗଣତି ଓ ମଣତି କରାଯିବ । ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି, ୩ଟି ବିଭାଗର କାର୍ଯ୍ୟ ବାବଦରେ ଆଲୋଚନା ହୋଇଛି । ବିକାଶ ଲୋକଙ୍କ ପାଖରେ ପହଞ୍ଚାଇବା, ସଂସ୍କୃତି ରକ୍ଷା କରିବା, ରାଜ୍ୟକୁ ଆଗକୁ ନେବାର ଦାଇତ୍ୱକୁ କେମିତି ଠିକ୍ ଭାବେ ପାଳନ କରିବୁ ସେ ବାବଦରେ ଆଲୋଚନା ହୋଇଛି । ଅନେକ କାମ ପଛରେ ରହିଛି । ସେସବୁକୁ ଆଗକୁ ନେବାକୁ ଚେଷ୍ଟା ଚାଲିଛି । ଜୁଲାଇ ୩୧ ସୁଦ୍ଧା କୋର୍ଟ କମ୍ପ୍ଲେକ୍ସ ପାଇଁ ନିଷ୍ପତ୍ତି ଥିଲା । ତାହାକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଛି । ଶହେ ଦିନର ଏଜେଣ୍ଡା, ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି । ରତ୍ନଭଣ୍ଡାର ବାବଦରେ ସରକାର ନିଷ୍ପତ୍ତି ନେବା ଆରମ୍ଭ କରିଛନ୍ତି । କେଉଁ ଦିନ ଖୋଲାଯିବ ତାର ସ୍ପଷ୍ଟ ଚିତ୍ର ଦେଇଦେବୁ । କିନ୍ତୁ ରତ୍ନଭଣ୍ଡାର ଖୋଲିବା ସ୍ଥିର ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

You Can Read :

ଖାଉଟିଙ୍କୁ ହଇରାଣ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ, ପ୍ରତି ବ୍ଲକରେ ହେବ କୋଲ୍ଡ ଷ୍ଟୋର : ଖାଦ୍ୟ ଯୋଗାଣ ମନ୍ତ୍ରୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.