ଓଲଟିଲା ବିଦେଶୀ ମଦ ବୋଝେଇ ଗାଡି, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର

Published By : Prameya-News7 Bureau | July 03, 2024 IST

ବାଙ୍କୀ ୦୩/୦୭ : ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବିଦେଶୀ କିଙ୍ଗ ଫିସର ମଦ ବୋଝେଇ ଦଶ ଚକିଆ ଗାଡି । ଅଳ୍ପକେ ବର୍ତ୍ତିଲା ଡ୍ରାଇଭର ଓ ହେଲ୍‌ପର । ଏଭଳି ଘଟଣା ଦେଖିବାକୁ ମିଳିଛି ବାଙ୍କୀ ଥାନା ହରିହର ଭେଟ୍ ଛକ ନିକଟରେ । ପରେ ଅନ୍ୟ ଏକ ଗାଡିକୁ ମଦ ପେଟି ଗୁଡିକୁ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଗାଡିରୁ ଅନ୍‌ଲୋଡ଼ କରାଯାଇ ଲୋଡ଼ କରାଯାଉଛି । 

ମଦ ବୋଝେଇ ଗାଡିଟି ଅନୁଗୁଳ ଜିଲ୍ଲାରୁ ଖୋର୍ଦ୍ଧା ମଦଡିପୋକୁ ଯାଉଥିବା ବେଳେ ଓଲଟି ପଡିଥିଲା ବାଙ୍କୀବଜାର ଠାରୁ ଅଳ୍ପ ଦୂର ହରିହର ଭେଟ ଠାରେ । ବର୍ଷା ଯୋଗୁଁ ରାସ୍ତା ଦବିଯିବା କାରଣ ହେଉ ବା ଅନ୍ୟ କୌଣସି କାରଣରୁ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି । ଘଟଣା ସ୍ଥଳେ ପହଁଚିଛି ବାଙ୍କୀ ପୋଲିସ । ଉଦ୍ଧାର କାର୍ଯ୍ୟ ଚାଲିଛି ପରେ ଖୋର୍ଦ୍ଧା ଡିପୋକୁ ଯିବ ବୋଲି ବାଙ୍କୀ ଅବକାରୀ ଅଧିକାରୀଙ୍କ ସୂଚନା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.