ଭୁବନେଶ୍ବର ୧୩।୯: ବାରଙ୍ଗ ଥାନା ଅଞ୍ଚଳରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା । ଗୋଟିଏ ରାତିରେ ଦୁଇଟି ଆପାର୍ଟମେଣ୍ଟରେ ବୁଲାଇଲେ କଳାକନା । ରାଜଧାନୀ ଭୁବନେଶ୍ଵର ପରେ କଟକ ସହର ଉପକଣ୍ଠରେ ହେଲା ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ । ବାରଙ୍ଗ ଥାନା ତ୍ରିଶୁଳିଆ ସ୍ଥିତ ଶାନ୍ତି ଭବନ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର ବି୨୦୪ରେ ରହୁଥିବା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ ଡି.କେ. ମହାପାତ୍ରଙ୍କ ଘରୁ କବାଟ କବଜା କାଟି ୩୦ ଭରି ସୁନା ଲୁଟ୍ କରିବା ପରେ ପାଖରେ ଥିବା ଡିଅନସ୍ ରିଭର୍ ଫ୍ରଣ୍ଟରେ ପଶିଥିଲେ ଲୁଟେରା । ସେଠାରେ ଥିବା ଫ୍ଲାଟ୍ ନମ୍ବର ଏଚ୍୨୦୨ରୁ ମଧ୍ୟ ଲୁଟପାଟ କରିଥିବା ସୂଚନା ମିଳିଛି । ଲୁହା ରଡ଼ ଏବଂ ମାରଣାସ୍ତ୍ର ଧରି ୪ ଜଣ ଲୁଟେରା ଦୁଇଟି ଆପାର୍ଟମେଣ୍ଟରେ ସିରିଜ ଲୁଟ୍ କରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଖବର ପାଇ ବାରଙ୍ଗ ଥାନା ପୋଲିସ ଦୁଇଟି ଜାଗାରେ ସ୍ପେଶାଲ ଟିମ୍, ଡଗ୍ ସ୍କ୍ୱାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତନାଘନା କରିଛନ୍ତି । ସେପଟେ ରାଜଧାନୀ ଭୁବନେଶ୍ଵର ପରେ କଟକ ଅଞ୍ଚଳରେ ଆପାର୍ଟମେଣ୍ଟରୁ ସିରିଜ୍ ଲୁଟ୍ ସ୍ଥାନୀୟ ବାସିନ୍ଦାଙ୍କ ମନରେ ଆତଙ୍କ ଖେଳି ଯାଇଥିବା ବେଳେ କମିଶନରେଟ୍ ପୋଲିସ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିଛି ।
You Can Read:
ଅକ୍ଟୋବର ୫ ସୁଦ୍ଧା ଦ୍ବୈତ ନଗରୀ ସମେତ ରାଜ୍ୟର ସବୁ ସହରରେ ସରିବ ରାସ୍ତା ମରାମତି କାମ : ପୂର୍ତ୍ତ ମନ୍ତ୍ରୀ