ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା; ଗୁରୁତ୍ବପୂର୍ଣ୍ଣ ସିଟ୍‌ରେ ହେବ ଟକ୍କର

Published By : Prameya-News7 Bureau | October 15, 2023 IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ପ୍ରାର୍ଥୀ ତାଲିକା । ମଧ୍ୟପ୍ରଦେଶରେ ପ୍ରଥମ ପର୍ଯ୍ୟାୟରେ ୧୪୪ଜଣ ଆଶାୟୀ ବିଧାୟକ ପ୍ରାର୍ଥୀଙ୍କ ସୂଚୀ ଜାରି କରିଛି । ଏହା ପୂର୍ବରୁ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ  ବୈଠକ ହୋଇଥିଲା । ଏଥିରେ ସମସ୍ତ ଆସନରେ ପ୍ରାର୍ଥୀଙ୍କ ନାଁ ସ୍ଥିର କରାଯାଇଥିଲା । ମଧ୍ୟପ୍ରଦେଶରେ ମୋଟ୍ ୨୩୦ ବିଧାନସଭା ଆସନରେ ମତଦାନ ହେବ ।

ମଧ୍ୟପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ବରିଷ୍ଠ ନେତା କମଳନାଥ ଏଥର ଛିନ୍ଦାଓ୍ବାଡା ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ । କଂଗ୍ରେସ ପାର୍ଟି ତାଙ୍କ ଉପରେ ଭରସା କରି ତାଙ୍କୁ ସେହି ଆସନ ଦାୟିତ୍ବ ଦେଇଛି । ସେହିପରି ଇନ୍ଦୋର ଆସନରୁ କୈଲାସ ବିଜୟବର୍ଗିଙ୍କ ବିପକ୍ଷରେ ଦଳ ସଞ୍ଜୟ ଶୁକ୍ଲାଙ୍କୁ ଟିକେଟ୍ ଦେଇଛି । ସେଠାରେ ଟକ୍କର ଜୋରଦାର ହେବ । ସେହିପରି ଏଥର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍ ବିଜୟ ସିଂହଙ୍କ ପୁଅ ଓ ଭାଇକୁ ମଧ୍ୟ କଂଗ୍ରେସ ଟିକେଟ୍ ଦେଇଛି ।

wp:html /wp:html

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂହ ଚୌହାନ ବୁଧନି ବିଧାନସଭା ଆସନକୁ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ଏହି ଆସନରୁ ୨୦ ବର୍ଷ ହେଲା ବିଜୟ ସ୍ବାଦ ଚାଖିନାହିଁ । ଶିବରାଜ୍ ସିଂହ ସେଠାରୁ ୧୯୯୦, ୨୦୦୬, ୨୦୦୮, ୨୦୧୩ ଏବଂ ୨୦୧୮ରେ ବିଧାୟକ ହୋଇଥିଲେ । ସେହିପରି ୨୦୦୩ରେ ବୁଧନି ଆସନରୁ ବିଜେପି ନେତା ରାଜେନ୍ଦ୍ର ସିଂହ ବିଧାୟକ ହୋଇଥିଲା । ତେବେ ଏହି ଆସନରୁ ବିଜୟ ଲକ୍ଷ୍ୟ ରଖିଛି କଂଗ୍ରେସ । ତେଣୁ ଦଳ ଶିବରାଜ୍ ସିଂହ ବିପକ୍ଷରେ ଦଳ ମସ୍ତାଲ ଶର୍ମାଙ୍କୁ ଟିକେଟ୍ ଦେଇଛି । ଜୁଲାଇ ମାସରେ ମସ୍ତାଲ ଶର୍ମା କଂଗ୍ରେସରେ ସାମିଲ ହୋଇଥିଲା ବେଳେ ଦଳ ତାଙ୍କ ଉପରେ ଭରସା କରିଛି ।

wp:embed {"url":"https://www.prameyanews7.com/this-expenditure-incurred-in-election-campaign-will-now-be-added-to-the-rate-list-of-the-commission/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-expenditure-incurred-in-election-campaign-will-now-be-added-to-the-rate-list-of-the-commission/
/wp:embed

ଭିଣ୍ଡ୍ ଜିଲ୍ଲାର ଲହାର ବିଧାନସଭା ଆସନରୁ କଂଗ୍ରେସ ଡା. ଗୋବେନ୍ଦ୍ର ସିଂହଙ୍କୁ ଦ୍ବିତୀୟ ଥର ପାଇଁ ନିର୍ବାଚନୀ ମୈଦାନକୁ ଛାଡ଼ିଛି । ସେ ଏହି ଆସନକୁ ୭ଥର ବିଧାୟକ ହୋଇଛନ୍ତି ।  ତିନି ଦଶକ ହେଲା ବିଜେପି ଏଠାରୁ ଜିତି ପାରିନାହିଁ । ଡା. ଗୋବେନ୍ଦ୍ର ସିଂହଙ୍କ ଲଢେଇ ଏଥର ବିଜେପି ପ୍ରାର୍ଥୀ ଅମ୍ବରିସ୍ ଶର୍ମା ଗୁଡ୍ଡୁଙ୍କ ସହିତ ହେବ ।

ସେହିପରି ମଲହରା ସିଟ୍‌ରେ କଂଗ୍ରେସ ହେବାକୁ ଥିବା ବିଧାନସଭା ନିର୍ବାଚନରେ  ସାଧବୀ ରାମ ସିୟା ଭାରତୀଙ୍କୁ ଟିକେଟ୍ ଦେଇଛି । ଏହି ଆସନରେ ବିଜେପି ପ୍ରାର୍ଥୀ ପ୍ରଦ୍ୟୁମ୍ନ ସିଂହ ଲୋଧୀଙ୍କ ସହିତ ତାଙ୍କର ଟକ୍କର ହେବ । ୨୦୧୮ରେ ଲୋଧୀ  କଂଗ୍ରେସ ଟିକେଟରେ  ଏଠାରୁ ବିଜୟୀ ହୋଇଥିଲେ । ୨୦୨୦ରେ ବିଜେପିରେ ସାମିଲ ହୋଇଥିଲେ ଏବଂ ଉପନିର୍ବାଚନ ଜିତି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.