ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ମାମଲା:  ଜାମିନ ପାଇଁ ସୁପ୍ରିମକୋର୍ଟକୁ ଗଲେ ମନିଷ ସିସୋଦିଆ

Published By : Prameya-News7 Bureau | July 06, 2023 IST

ନୂଆଦିଲ୍ଲୀ ୬।୭: ଆମ ଆଦମୀ ପାର୍ଟି(ଆପ୍) ନେତା ମନିଷ ସିସୋଦିଆ କଥିତ ଦିଲ୍ଲୀ ଅବକାରୀ ନୀତି ଅନିୟମିତତା ସମ୍ପର୍କିତ ସିବିଆଇ ଓ ଇଡି ମାମଲାରେ ଗୁରୁବାର ଜାମିନ ନିମନ୍ତେ ସର୍ବୋଚ୍ଚ ନ୍ୟାୟାଳକୁ ଯାଇଛନ୍ତି। ସେ ସୁପ୍ରିମକୋର୍ଟରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦୁଇଟି ଆଦେଶକୁ ଚ୍ୟାଲେଞ୍ଜ କରିଛନ୍ତି।  ଏହି ମାମଲାରେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ତାଙ୍କର ପୃଥକ ପୃଥକ ଜାମିନ ନିବେଦନକୁ ଅଗ୍ରାହ୍ୟ କରି ଦେଇଥିଲେ।

{"id":813407,"width":840,"height":472,"sizeSlug":"full","linkDestination":"none"}

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅବକାରୀ ବିଭାଗ ମଧ୍ୟ ଥିଲା। ଅବକାରୀ ନୀତି ଅନିୟମିତତା ମାମଲାରେ ସିବିଆଇ ସିସୋଦିଆଙ୍କୁ ପ୍ରଥମେ ଫେବୃଆରୀ ୨୬ ତାରିଖ ଦିନ ଗିରଫ କରିଥିଲା ଓ ସେବେଠାରୁ ସିସୋଦିଆ ହାଜତରେ ଅଛନ୍ତି। ସେ ଫେବୃଆରୀ ୨୮ ତାରିଖ ଦିନ ଦିଲ୍ଲୀ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଥିଲେ। ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ମେ ୩୦ ତାରିଖ ଦିନ ଅବକାରୀ ନୀତି ମାମଲାରେ ମନିଷ ସିସୋଦିଆଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ।

{"id":813406,"width":839,"height":516,"sizeSlug":"full","linkDestination":"none"}

ଉଚ୍ଚନ୍ୟାୟାଳୟ କହିଥିଲେ ଯେ ସେ ଜଣେ ପ୍ରଭାବଶାଳୀ ବ୍ୟକ୍ତି ତଥା ୧୮ ବିଭାଗଙ୍କ ସହିତ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଥିଲେ ଓ ମାମଲାରେ ସାକ୍ଷମାନେ ଅଧିକାଂଶ ପବ୍ଲିକ ସର୍ଭାଣ୍ଟ। ଏଣୁ ସାକ୍ଷୀଙ୍କୁ ପ୍ରଭାବିତ କରିବା ଆଶଙ୍କାରେ କୋର୍ଟ ତାଙ୍କ ଜାମିନ ଦେବାକୁ ମନା କରିଦେଇଥିଲେ। ଏହା ପରେ ଉଚ୍ଚ ନ୍ୟାୟାଳୟ ୩ ଜୁଲାଇ ଶୁଣାଣିରେ ଅବକାରୀ ନୀତି ସମ୍ପର୍କିତ ଅନିୟମିତତାର ମନିଲଣ୍ଡ୍ରିଂ ମାମଲାରେ  ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଛନ୍ତି। ସିସୋଦିଆଙ୍କୁ ଇଡି ମନିଲଣ୍ଡ୍ରିଂ ମାମଲାରେ ମାର୍ଚ୍ଚ ୯ ତାରିଖ ଦିନ ଗିରଫ କରିଥିଲା।

ଆସିଗଲା twitterର କମ୍ପିଟେଟର, ଲଞ୍ଚହେଲା Threads

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.