ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ଅନୁଧ୍ୟାନ କଲେ ମେୟର, ରନ୍ଧାଖାଦ୍ୟ ଖାଇ ପରଖିଲେ ମାନ

Published By : Prameya-News7 Bureau | October 24, 2024 IST

କଟକ ୨୪।୧୦: କଟକ ସହରରେ ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେଲାଣି । ଏବେ ସୁଦ୍ଧା ଦେଢ ହଜାର ପାଖାପାଖି ଲୋକଙ୍କୁ ବିଭିନ୍ନ ସ୍କୁଲ, କଲେଜରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଗଲାଣି । ବାତ୍ୟା ଆଶ୍ରୟସ୍ଥଳୀରେ ବ୍ୟବସ୍ଥା ଅନୁଧ୍ୟାନ କରିବାକୁ ଯାଇ ରିଲିଫରେ ଦିଆଯାଉଥିବା ରନ୍ଧାଖାଦ୍ୟ ଖାଇଛନ୍ତି ମେୟର ସୁବାଷ ସିଂହ । ରିଲିଫରେ ଦିଆଯାଉଥିବା ଭାତ, ଡାଲମାର ମାନ ପରଖିବା ପାଇଁ ନିଜେ ମେୟର ଓ ଡେପୁଟି କମିଶନର ମଧ୍ୟାହ୍ନ ଭୋଜନ ଖାଇଥିବା କହିଛନ୍ତି ।

ସେପଟେ କଟକ ସହରରେ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା, ପିଇବା ପାଣି ଓ ଟଏଲେଟର ବ୍ୟବସ୍ଥା ହୋଇନଥିବା ଅଭିଯୋଗ କରିଛନ୍ତି ବାରବାଟୀ କଟକ ବିଧାୟିକା ସୋଫିଆ ଫିର୍ଦୋସ । ସୋଫିଆ ସହରର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଲୋକ ମାନଙ୍କ ରହିବା, ଖାଇବା ପାଇଁ ହୋଇଥିବା ବ୍ୟବସ୍ଥାର ତଦାରଖ କରିଛନ୍ତି । ବାତ୍ୟା ଆଶ୍ରୟସ୍ଥଳୀରେ ପିଇବା ପାଣି, ମୋବାଇଲ ଟଏଲେଟ୍ ଓ ଫାଷ୍ଟ ଏଡ୍ ବ୍ୟବସ୍ଥା କରିବା ପାଇଁ ସୋଫିଆ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

You Can Read:

ଗୁରୁବାର ସନ୍ଧ୍ୟା ୫ଟାରୁ ଶୁକ୍ରବାର ସକାଳ ୯ଟା ଯାଏଁ ବିମାନ ସେବା ବନ୍ଦ, ୪୦ ବିମାନ ସେବା ପ୍ରଭାବିତ ହେବ

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.