ଇତିହାସରେ ପ୍ରଥମ ଥର ପାଇଁ ଭାରତରେ ୬୦% ବଢିଲା ମର୍ସିଡିଜ୍ ଇଲେକ୍ଟ୍ରିକ୍ କାର୍ ବିକ୍ରି

Published By : Prameya-News7 Bureau | July 08, 2024 IST

internet

ନୂଆଦିଲ୍ଲୀ: ସରକାରୀ ଯୋଜନାର ଫାଇଦା ଉଠାଇ ଭାରତରେ ବର୍ତ୍ତମାନ ପ୍ରବଳ ମାତ୍ରାରେ ଇଲେକ୍ଟ୍ରୋନିକ କାର୍ ନିର୍ମାଣ ଚାଲିଛି। ଏଥିରେ ଲଗଜୁରି କାର ମେକର କମ୍ପାନୀ ମର୍ସିଡିସ ମଧ୍ୟ ପଛରେ ପଡି ନାହିଁ। ସବୁଠାରୁ ବଡ଼ କଥା ହେଲା ଚଳିତ ବର୍ଷ ୬ ମାସରେ ଅନ୍ୟ ଲଗୁଜୁରି ଇ-କାର ବଦଳରେ ଭାରତରେ ମର୍ସିଡିସ୍ ବେଞ୍ଜର ଇଲେକ୍ଟ୍ରୋନିକ୍ କାର ବିକ୍ରି ୬୦ ପ୍ରତିଶତ ବଢ଼ିଛି। 

୨୦୨୪ ଜାନୁଆରିରୁ ଜୁନ ମାସ ମଧ୍ୟରେ କମ୍ପାନୀ ୯,୨୬୨ ଇଲେକ୍ଟ୍ରୋନିକ କାର୍ ବିକ୍ରି କରିଛି। ଯାହା ଭାରତ ଇତିହାସରେ ପ୍ରଥମ। ମଜାକଥା ହେଲା ବିକ୍ରି ହୋଇଥିବା କାର୍‌ରେ ଏକ ଚତୁର୍ଥାଶଂ ଟପ୍ ଏଣ୍ଡ କାର୍ ରହିଛି। ଏଥିରେ ଜର୍ମାନ ଲଗଜୁରି କାର୍ ମର୍ସିଡିଜ୍‌ ମାଲିକାନାରେ ଥିବା ମେବ୍ୟାକ୍ ବି ରହିଛି। ଏହି କାର୍‌ ଦାମ ପାଖାପାଖି ୨.୭ ଓ ୩.୪ କୋଟି ରହିଥାଏ। ତେବେ ମର୍ସିଡିଜ୍ କାର୍‌ର ଏଭଳି ବିକ୍ରିରେ କମ୍ପାନୀ ଉତ୍ସାହିତ ହୋଇ ଚଳିତ ବର୍ଷ ୩ ଇଲେକ୍ଟ୍ରିକ କାର୍ ଲଞ୍ଚ କରିବାକୁ ଘୋଷଣା କରିଛି। 

ଭାରତରେ ବିକ୍ରି ହୋଇଥିବା ନେଇ ମର୍ସିଡିଜ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ଆୟର କହିଛନ୍ତି ଯେ ଇକ୍ୟୁଏ ମର୍ସିଡିଜ୍ ବେଞ୍ଜ ବିଶ୍ୱସ୍ତରରେ ସବୁଠାରୁ ସଫଳ ହୋଇଥିବା ବେଳେ ଇକ୍ୟୁବି ୩୫୦ ପାଞ୍ଚ ସିଟ୍ ସେଗ୍‌ମେଣ୍ଟରେ ଡେବ୍ୟୁ କରିଛି। ତେବେ ବାରତୀୟ ମାର୍କେଟ୍‌କୁ ନେଇ ଆମେ ଆଶାବାଦୀ ବୋଲି ଶ୍ରୀ ଆୟର କହିଛନ୍ତି। 

୫ ସିଟ ଥିବା ନୂଆ ଇକ୍ୟୁବିର ଦାମ ୭୭.୫ ଲକ୍ଷ ରଖାଯାଇଛି। ଏଥିରେ ୬୬.୫ କିଲୋୱାଟର ବ୍ୟାଟେରି ଦିଆଯାଇଥିବା ବେଳେ ଫୁଲ୍ ଚାର୍ଜ ହେଲେ ୪୪୭ କିମି ଯିବ ବୋଲି କମ୍ପାନୀ କହିଛି।  ମର୍ସିଡିଜ୍ ବେଞ୍ଜ୍ ଏହାର ଚତୁର୍ଥ ଇଲେକ୍ଟ୍ରିକ୍ ମଡେଲ୍ EQA 250+ ଲଞ୍ଚ କରିଛି। ଏହା ମାତ୍ର ୩୫ ମିନିଟ୍‌ରେ ୮୦ ପ୍ରତିଶତ ଚାର୍ଜ ହୋଇଯିବ। EQA 250+ର  ଏକ୍ସ-ଶୋ’ରୁମ୍‌ ମୂଲ୍ୟ ୬୬ ଲକ୍ଷ ଟଙ୍କା ରହିଥିବା ବେଳେ ୭୦.୫ କିଲୋୱାଟ ବ୍ୟାଟେରି ରହିଛି। ଯାହା ଫୁଲ ଚାର୍ଜ କଲେ ୫୬୦ କିମି ଯିବ। ତେବେ ଫେଷ୍ଟିବ୍ ସିଜନରେ ଆଉ କିଛି ନୂଆ ମଡେଲ ଲଞ୍ଚ ହେବ ବୋଲି ଏମ୍‌ଡି ସନ୍ତୋଷ ଆୟର କହିଛନ୍ତି।  
 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.