ନିଖୋଜ କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ମିଳିଲା ପତ୍ତା

Published By : Prameya-News7 Bureau | September 27, 2023 IST

କଟକ, ୨୭/୯: ବଡ଼ମ୍ବା କାନାରା ବ୍ୟାଙ୍କ ମ୍ୟାନେଜର୍‌ ତପନ ସାହୁଙ୍କ ପତ୍ତା ମିଳିଲା। ଗଞ୍ଜାମ ଜିଲ୍ଲା ଗିରିଶୋଲା ନିକଟରେ ତପନଙ୍କୁ ଧରିଲା ପୋଲିସ୍। ବ୍ୟାଙ୍କ ମ୍ୟାନେଜର ନିଖୋଜ ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ମୋବାଇଲ୍‌ ଟ୍ରାକ୍‌ କରି ତପନଙ୍କୁ ଧରିବାରେ ସଫଳ ହୋଇଛି। ପୋଲିସ ତାଙ୍କୁ ଅଧିକ ପଚରାଉଚରା କରୁଛି।

ସୂଚନାଯୋଗ୍ୟ ଯେ, ତପନଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ। ସୋମବାର ସେ ବାଙ୍କୀ କଳାପଥରରୁ ବଡ଼ମ୍ବା ଆସୁଥିବା ସମୟରେ ବାଟରେ କେଉଁଠି ନିଖୋଜ ହୋଇଯାଇଥିଲେ । କଟକ ଜିଲ୍ଲା ବଡ଼ମ୍ବା କାନାରା ବ୍ୟାଙ୍କ ବ୍ରାଞ୍ଚ ମ୍ୟାନେଜର ତପନ ସାହୁ ନିଖୋଜ ନେଇ ବୈଦେଶ୍ବର ଥାନାରେ ଏତଲା ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.