'୩ ଅପରାଧିକ ଆଇନକୁ ପ୍ରତ୍ୟାହାର କର': କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 18, 2024 IST

India Today

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ତିନିଟି ଅପରାଧିକ ଆଇନକୁ ପ୍ରତ୍ୟାହାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଏକ ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହୋଇଥିବା ୩ଟି ନୂତନ ଅପରାଧିକ ଆଇନ କାର୍ଯ୍ୟକାରୀ କରିବାରେ ରାଜ୍ୟଗୁଡିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। 

ସେ କହିଛନ୍ତି ଯେ ଏହି ଆଇନ ଉପରେ ବିବୃତ୍ତି ଦେବା ପାଇଁ ରାଜ୍ୟମାନଙ୍କୁ ପର୍ଯ୍ୟାପ୍ତ ସମୟ ଦିଆଯାଇନାହିଁ ଏବଂ ବିରୋଧୀ ଦଳର ଅଂଶଗ୍ରହଣ ବିନା ସଂସଦରେ ନୂଆ ଆଇନ ପ୍ରଣୟନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ ସଂସଦରେ ପ୍ରବର୍ତ୍ତିତ ଆଇନଗୁଡ଼ିକ ଇଂରାଜୀରେ ହେବା ସତ୍ତ୍ୱେ ସମସ୍ତ ୩ଟି ଆଇନର ନାମ ସଂସ୍କୃତରେ ଅଛି। ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଏହା ଭାରତର ସମ୍ବିଧାନର ଧାରା 348ର ଉଲ୍ଲଂଘନ। ସମସ୍ତ ରାଜ୍ୟ ତଥା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାର ମତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବାକୁ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.