ରାଉରକେଲାରେ ପୁଣି ଲଜ୍ଜା, ୪ ଦିନ ମଧ୍ୟରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା

Published By : Prameya-News7 Bureau | September 25, 2024 IST

NEWS UPDATE

ରାଉରକେଲା ୨୫।୦୯ : ରାଉରକେଲାରେ ପୁଣି ଲଜ୍ଜା । ୪ ଦିନ ମଧ୍ୟରେ ଦୁଇଟି ଗଣଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି । ରଘୁନାଥପାଲି ଥାନା ଅଞ୍ଚଳ ଏକ ରେଷ୍ଟୁରାଣ୍ଟରେ ଜଣେ ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଥିବାର ଥାନାରେ ଅଭିଯୋଗ ହୋଇଛି । 

ଖବର ଅନୁଯାୟୀ, ଗତ ୨୧ ତାରିଖରେ ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ବିଶ୍ରା ଛକ ନିକଟ ଜଙ୍ଗଲରେ ଦୁଇ ନାବାଳିକା ଗଣ ଦୁଷ୍କର୍ମର ଶିକାର ହୋଇଥିଲେ । ଏହି ଘଟଣାଟି ଲୋକଙ୍କ ମନରୁ ଲିଭିନଥିବା ବେଳେ ରାଉରକେଲାରୁ ପୁଣି ଆସିଛି ଗଣଦୁଷ୍କର୍ମର ଅଭିଯୋଗ । ତାହା ପୁଣି ଜଣେ ନାବାଳିକାକୁ । ରଘୁନାଥପାଲି ଥାନା ଅଞ୍ଚଳ ଏକ ରେଷ୍ଟୁରାଣ୍ଟରେ ଜଣେ ନାବାଳିକାକୁ ୫ ଜଣ ଗଣଦୁଷ୍କର୍ମ କରିଛନ୍ତି । ଯାହାର ଅଭିଯୋଗ ରଘୁନାଥପାଲି ଥାନାରେ ହୋଇଛି । 

ତେବେ ରାଉରକେଲାରେ ବାରମ୍ବାର ଦୁଷ୍କର୍ମ ଘଟଣା ନେଇ ପୋଲିସ ଉପରକୁ ଉଠିଛି ପ୍ରଶ୍ନ । ଗତ ୪ ଦିନ ଭିତରେ ଦୁଇ ଦୁଇଟି ଗଣଦୁଷ୍କର୍ମ ଘଟଣା, ସମସ୍ତଙ୍କୁ ଚିନ୍ତାରେ ପକାଇଛି ।  ସେପଟେ ଥାନାରେ ଅଭିଯୋଗ ପରେ ରାଉରକେଲା ଏସ୍‌ପି କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ଖୁବଶୀଘ୍ର ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.