ଭୁବନେଶ୍ବର ୬।୬: ଆସନ୍ତା ୧୫ ତାରିଖ ପରେ ଓଡିଶା ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆରବ ସାଗରରେ ଲଘୁଚାପ ସୃଷ୍ଟି ହେବା ଯୋଗୁଁ ବିଳମ୍ବରେ ଆସିପାରେ ମୌସୁମୀ । କେରଳ ଅଭିମୁଖେ ବଢୁଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ଏହା ବିଳମ୍ବିତ କରୁଛି । ଏହା ପ୍ରଭାବରେ ୮ତାରିଖରୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଖରା ହେବା ସମ୍ଭାବନା ରହିଛି । ୪୦ରୁ ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା ।
wp:embed {"url":"https://www.prameyanews7.com/monsoon-will-reach-odisha-on-raja-festival/","type":"wp-embed","providerNameSlug":"prameya-news-7"} /wp:embedସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ଅବପାତ ବାତ୍ୟାର ରୂପ ନେଇଛି । ଏହା ଏବେ ପୂର୍ବ ମଧ୍ୟ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର ମଧ୍ୟରେ ଗୋଆ ଉପକୂଳଠାରୁ ୯୨୦ କିଲୋମିଟର ଦୂରରେ ସକ୍ରିୟ ରହିଛି । ୮ ତାରିଖ ସୁଦ୍ଧା ଏହା ଭୀଷଣ ବାତ୍ୟାର ରୂପ ନେବ । ଆସନ୍ତା ୧୦ ତାରିଖ ଅପରାହ୍ନ ସୁଦ୍ଧା ଏହି ବାତ୍ୟା ଅତି ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୨୫ କିଲୋମିଟର ରହିବ । ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ଏହି ସ୍ଥିତି ଜାରି ରହିବ । ଏହାପରେ ଏହି ବାତ୍ୟା ସମୁଦ୍ର ଭିତରେ ଦୁର୍ବଳ ହୋଇଯିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
wp:embed {"url":"https://www.prameyanews7.com/low-pressure-can-affect-monsoonal-airflow-cec/","type":"wp-embed","providerNameSlug":"prameya-news-7"} /wp:embedତେବେ ଏହାର ପ୍ରଭାବରେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ମୁମ୍ବାଇ-କୋଙ୍କଣ କ୍ଷେତ୍ରରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି ।
You Can Read :
wp:embed {"url":"https://www.prameyanews7.com/depression-over-the-southeast-arabian-sea/","type":"wp-embed","providerNameSlug":"prameya-news-7"} /wp:embed