ମହେନ୍ଦ୍ର ସିଂହ ଧୋନିଙ୍କ ନୂଆ ଲୁକ୍, କୌଣସି ହିରୋ ଠାରୁ ବି କମ୍ ନୁହେଁ ମାହୀଙ୍କ ଷ୍ଟାଇଲିସ୍ ଅନ୍ଦାଜ

Published By : Prameya-News7 Bureau | October 12, 2024 IST

ମୁମ୍ବାଇ ୧୨।୧୦ : ୨୪ରେ ଲଙ୍ଗ ହେୟାର, ୨୫ରେ ସଟ୍‌ ହେୟାର । ଆଇପିଏଲ୍‌ ୨୦୨୫ ସିଜିନ୍‌ ପୂର୍ବରୁ ପୁଣି ଚର୍ଚ୍ଚାରେ ମହେନ୍ଦ୍ର ସିଂହ ଧୋନିଙ୍କ କିଲର ଲୁକ୍‌ । କୌଣସି ହିରୋ ଠାରୁ ବି କମ୍‌ ନୁହେଁ ଧୋନିଙ୍କ ଷ୍ଟାଇଲିସ୍‌ ଅନ୍ଦାଜ । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ ହେବାର ଲାଗିଛି । ଧୋନିଙ୍କ ଏହି ଷ୍ଟାଇଲିସ୍‌ ଫଟୋ ଫେମସ୍‌ ହେୟାର ଷ୍ଟାଇଲିସ୍‌ ଅଲିମ୍‌ ହକିମ୍‌ଙ୍କ ଡିଜାଇନ୍‌ କରିଛନ୍ତି ।

୨୦୨୪ର ଆଇପିଏଲ୍‌ ସିଜିନ୍‌ ପୂର୍ବରୁ ଧୋନିଙ୍କର ଲଙ୍ଗ ହେୟାର ଷ୍ଟାଇଲ୍‌ ବେଶ ଚର୍ଚ୍ଚାକୁ ଆସିଥିଲା । ଯାହାକୁ ହେୟାର ଷ୍ଟାଇଲିସ୍‌ ଅଲିମ୍‌ ହକିମ୍‌ଙ୍କ ପକ୍ଷରୁ ରିଲିଜ୍‌ କରାଯାଇଥିଲା । ୨୦୨୪ରେ ବି ଅଲିମ୍‌ ହକିମ୍‌ଙ୍କ ଧୋନିଙ୍କ ହେୟାର ଷ୍ଟାଇଲିସ୍‌ କରିଥିଲେ । ୨୦୨୪ ସିଜିନ୍‌ରେ ଧୋନି ଧୁଆଁଧାର ବ୍ୟାଟିଂ କରିଥିଲେ । ସେ ୧୪ଟି ମ୍ୟାଚ୍‌ ଖେଳି ୧୬୧ ରନ୍‌ ସଂଗ୍ରହ କରିଥିଲେ । ଯେଉଁଥିରେ ୨୨୦ର ଷ୍ଟାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲେ । ତେବେ ଦେଖାଯାଉ ଧୋନି ଏଥର ଆଇପିଏଲ୍‌ ସିଜିନ୍‌ ଖେଳୁଛନ୍ତି ନା ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ମେଣ୍ଟର ଭୂମିକାରେ ନଜର ଆସୁଛନ୍ତି । ତାହା ଦେଖିବାକୁ ବାକି ରହିଲା । 

ସୂଚନାଯୋଗ୍ୟ ଯେ, ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଇସାରିଛନ୍ତି ଧୋନି । ଏବେ ବି କେବଳ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳୁଛନ୍ତି । ଧୋନି ୯୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୪୮୭୬ ରନ୍‌ କରିଥିବା ବେଳେ ୩୫୦ଟି ଦିନିକିଆ ମୁକାବିଲା ଖେଳି ୧୦୭୭୩ ରନ୍‌ ସଂଗ୍ରହ କରିଛନ୍ତି । ଏହାପରେ ୯୮ଟି ଟି-୨୦ ମ୍ୟାଚ୍‌ ଖେଳି ୧୬୧୭ ରନ୍‌ ହାସଲ କରିଛନ୍ତି । ସେହିପରି ଏବେ ସୁଦ୍ଧା ୨୬୩ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ସଂଗ୍ରେହ କରିଛନ୍ତି ୫୨୧୮ ରନ୍‌ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.