ନାଇଜେରିଆରେ ଦମ୍ ଦେଖାଇବ ‘ମେଡ୍ ଇନ୍ ଇଣ୍ଡିଆ’ ଯୁଦ୍ଧାସ୍ତ୍ର; ଭାରତରୁ ୪ ‘ପ୍ରଚଣ୍ଡ’ କିଣିବାକୁ ଡିଲ୍

Published By : Prameya-News7 Bureau | September 17, 2024 IST

ନୂଆଦିଲ୍ଲୀ: ନାଇଜେରିଆ ଯୁଦ୍ଧରେ ଶକ୍ତି ଦେଖାଇବ ମେଡ୍ ଇଣ୍ଡିଆ ଯୁଦ୍ଧାସ୍ତ୍ର । ଭାରତରୁ ହାଲୁକା ହେଲିକପ୍ଟର ‘ପ୍ରଚଣ୍ଡ’ କିଣିବାକୁ ଡିଲ୍ । ନେଜେରିଆ ବାୟୁସେନା ମୁଖ୍ୟ ପୂର୍ବ ଧ୍ରୁବ ହେଲିକପ୍ଟରକୁ ଉଡ଼ାଥିଲେ । ଏବେ ‘ପ୍ରଚଣ୍ଡ’କୁ ଉଡ଼ାଇ ପ୍ରାକ୍ଟିସ୍ କରୁଛନ୍ତି । ଭାରତରୁ ନାଜେରିଆ ୪ଟି ପ୍ରଚଣ୍ଡ ଯୁଦ୍ଧ ହେଲିକପ୍ଟର କିଣିବାକୁ ଯୋଜନା କରୁଛି । ଏଥିପାଇଁ ଦୁଇ ଦେଶ ମଧ୍ୟରେ ସଫ୍ଟ ଆରେଞ୍ଜମେଣ୍ଟ ହୋଇଛି । 

‘ପ୍ରଚଣ୍ଡ’କୁ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ ଦ୍ବାରା ନିର୍ମାଣ କରାଯାଇଛି । ନାଇଜେରିଆ ଅଧିକାରୀ ଏବଂ ହାଲ୍ ମଧ୍ୟରେ ଏନେଇ ଆଲୋଚନା ଚାଲିଛି । ଏହି ହଲିକପ୍ଟର ଏବେ ଯୋଦ୍ଧପୁର ଏୟାର ବେସରେ ମୁତୟନ ହୋଇଛି । ଏହା ହାଲୁକା ହୋଇଥିବାରୁ ଏହାକୁ ସୀମାରେ ମୁତୟନ କରିବା ଅତି ସହଜ । ଆତଙ୍କବାଦୀଙ୍କ ପାଇଁ ଏହା ମରଣଯନ୍ତା ପଲଟିଛି । ଆତଙ୍କୀ ଗତିବିଧି ଉପରେ ରୋକ୍ ଲଗାଇଛି ଏହି ହେଲିକପ୍ଟର । ଭାରତୀୟ ବାୟୁସେନା ପ୍ଲାନ କରୁଛି, ପ୍ରାୟ ୯୫ଟି ହାଲୁକା ହେଲିକପ୍ଟର କିଣିବା ପାଇଁ ଯୋଜନା କରୁଛି । ଏହାକୁ ୭ଟି ୟୁନିଟରେ ୭ଟା ପହଡ଼ରେ ମୁତୟନ କରାଯିବ । 

ଏହି ହାଲୁକା ଯୁଦ୍ଧ ହେଲିକପ୍ଟର ୫୧.୧୦ ଫୁଟ୍ ଲମ୍ବା ଏବଂ ଉଚ୍ଚତା ୧୫.୫ ଫୁଟ୍ ହେବ । ଏହାର ଓଜନ ୫୮୦୦ କିଲୋଗ୍ରାମ । ପ୍ରଚଣ୍ଡ ହେଲିକପ୍ଟର ଘଣ୍ଟା ପ୍ରତି ୨୬୮ କିମି ବେଗରେ ଉଡ଼ି ପାରିବ । କମ୍ବେଟର ଲକ୍ଷ୍ୟଭେଦ କ୍ଷମତା ୫୫୦ କିଲୋମିଟର...

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.