ଭୁବନେଶ୍ୱର ୨୪।୦୨ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପାଇଁ ଖୁସିର ଖବର । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । ତୃତୀୟ ଥର ପାଇଁ ମା ହୋଇଛି ବାଘୁଣୀ ଅଙ୍କିତା । ଯାହାଦ୍ୱାରା ନନ୍ଦନକାନନରେ ମୋଟ ବାଘ ସଂଖ୍ୟା୨୮କୁ ବୃଦ୍ଧି ପାଇଛି ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି । ଗୋଟିଏ ଶାବକକୁ ଜନ୍ମ ଦେଇଛି ବାଘୁଣୀ ଅଙ୍କିତା । ତୃତୀୟ ଥର ମା ହେଲା ଅଙ୍କିତା । କିଛି ମାସ ତଳେ ନନ୍ଦନକାନନରେ ମହାବଳ ବାଘ ସେଫ ସହିତ କରାଯାଇଥିଲା ମିଳନ। ସେହିପରି ଆଗକୁ ମଧ୍ୟ ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ଜରିଆରେ ନିରୀକ୍ଷଣ କରାଯାଉଛି। ତେବେ ଏହି ଶାବକ ଜନ୍ମ ହେବା ପରେ ପ୍ରାଣୀ ଉଦ୍ୟାନର ବାଘ ସଂଖ୍ୟା ୨୮କୁ ବୃଦ୍ଧିପାଇଛି । ଏନେଇ ନନ୍ଦନକାନନର ଉପ ନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି ।