ଲାଲ୍ ସଂଗଠନକୁ ଶକ୍ତ ଝଟ୍‌କା, ଅପରେସନ ବେଳେ ୯ ମାଓବାଦୀଙ୍କ ଆତ୍ମସମର୍ପଣ

Published By : Prameya-News7 Bureau | February 24, 2025 IST

ମାଲକାନଗିରି ୨୪।୦୨ : ମାଓ ସଂଗଠନକୁ ଶକ୍ତ ଝଟ୍‌କା । ମାଲକାନଗିରି ସୀମାନ୍ତ ମୁଲୁଗୁ ଜିଲ୍ଲାରେ ୯ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଛତିଶଗଡ଼ ବିଜାପୁର ଜିଲ୍ଲାର ବୋଲି ଜଣାପଡିଛି । 

ତେଲେଙ୍ଗାନା ମୁଲୁଗୁ ଜିଲ୍ଲାରେ ୯ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ମୁଲୁଗୁ ଜିଲ୍ଲା ଏସ୍‌ପି ଓ ୩୯ ବାଟାଲିୟନ ସିଆରପିଏଫ୍‌ ଅଧିକାରୀଙ୍କ ଦ୍ୱାରା ଚାଲିଥିବା ଅପରେସନ ଚେୟୁତା ମାଧ୍ୟମରେ ଏହି ମାଓବାଦୀମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ସମସ୍ତ ୯ ଜଣ ମାଓବାଦୀ ହେଉଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର । ହେଲେ ଆତ୍ମସମର୍ପଣ ପରେ ତେଲେଙ୍ଗାନା ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ସେମାନଙ୍କୁ ଥଇଥାନ କରାଯିବା ବୋଲି ମୁଲୁଗୁ ଜିଲ୍ଲା ଏସପି କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ମଧ୍ୟ  ସେମାନଙ୍କ ପରିବାର ସହିତ ଶାନ୍ତିପୂର୍ଣ୍ଣ ଭାବେ ଜୀବନଯାପନ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି।

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.