ଏନଡିଏ ସଂସଦୀୟ ଦଳ ବୈଠକ; ସାଂସଦଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

Published By : Prameya-News7 Bureau | July 02, 2024 IST

ନୂଆଦିଲ୍ଲୀ: ସଂସଦରେ ରାଷ୍ଟ୍ରପତିଙ୍କ ଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ହଙ୍ଗାମା । ଲୋକସଭାରେ ୨୪ଟି ପ୍ରସଂଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧି । ଏପଟେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଜବାବ ରଖିବେ ଏବଂ ଏନଡିଏ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିବେ । ପାର୍ଲିଆମେଣ୍ଟ ଅଧିବେଶନ ଭିତରେ ପ୍ରଥମ ଥର ପାଇଁ ମିଟିଂ ଡାକିଛନ୍ତି ପ୍ରଧାନମନ୍ତ୍ରୀ । ସାଂସଦଙ୍କୁ ସମ୍ବୋଧିତ କରିବେ ।   

ସୂଚନା ଅନୁଯାୟୀ, ବିଜେପି ଏବଂ ସହଯୋଗୀ ଦଳର ସମସ୍ତ ସାଂସଦଙ୍କୁ ବୈଠକ ନେଇ ସୂଚିତ କରାଯାଇଛି । ମଙ୍ଗଳବାର ଏହି ବୈଠକ ବସିବ ଏବଂ ସମସ୍ତଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି । ୨୦୧୪ ଲୋକସଭା ନିର୍ବାଚନ ପରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିକୁ ବହୁମତ ମିଳିନାହିଁ । ସରକାର ଚଳାଇବା ପାଇଁ ସହଯୋଗୀ ଦଳଙ୍କ ଉପରେ ନିର୍ଭର ବିଜେପି ।  

ଏନଡିଏ ଏହି ବୈଠକ ଏଭଳି ସମୟରେ ହେଉଛି, ଯେଉଁ ସମୟରେ ସଂସଦରେ ସଂଯୁକ୍ତ ଅଧିବେଶନ ଚାଲିଛି । ରାଷ୍ଟ୍ରପତିଙ୍କ ଦ୍ରୌପଦୀ ମୁର୍ମୁଙ୍କ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭା ଓ ରାଜ୍ୟସଭାରେ ଚର୍ଚ୍ଚା ଚାଲିଛି । ସୋମବାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ୨୦ଟି ପ୍ରସଂଗରେ ସରକାରଙ୍କୁ ଘେରିବା ପରେ ଆଜି ଏହା ଉପରେ ଜବାବ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

 

  • politics
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.