ଗଣତନ୍ତ୍ର ପାଇଁ ବିପଦ ଡିପ୍‌ଫେକ୍, ସରକାର ଆଣିବେ ନୂଆ ନିୟମ: ଅଶ୍ବିନୀ ବୈଷ୍ଣବ

Published By : Prameya-News7 Bureau | November 23, 2023 IST

ନୂଆଦିଲ୍ଲୀ: ବଢ଼ୁଥିବା ଡିପଫେକ୍‌ ଭିଡିଓ ଏବଂ ଅଡିଓ ମାମଲାକୁ ନେଇ ସରକାର ସତର୍କ ହୋଇଛନ୍ତି। ମାମଲା ଗମ୍ଭୀରତାକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରୀ ବୈଷ୍ଣବ ସୋସିଆଲ ମିଡିଆର ଅନେକ କମ୍ପାନିଙ୍କ ସହ ବୈଠକ କରିଛନ୍ତି। ଆଉ ଏଥିରୁ ବର୍ତ୍ତିବା ପାଇଁ ଉପାୟ ଉପରେ ଥିବା କିଛି ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଡିପଫେକ କେବଳ ସମାଜ ପାଇଁ ନୁହେଁ ବରଂ ଲୋକତନ୍ତ୍ର ପାଇଁ ମଧ୍ୟ ଏକ ବିପଦ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ସୋସିଆଲ କମ୍ପାନିଙ୍କ ସହ ମିଶି ଚାରି ମୁଖ୍ୟ ପ୍ରସଙ୍ଗ ଉପରେ କାମ କରିବାକୁ ସହମତି ପ୍ରକାଶ କରିଛନ୍ତି।

ଗଣମାଧ୍ୟମ ସମ୍ମିଳନୀରେ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ସୋସିଆଲ ମିଡିଆ କମ୍ପାନି ଏହା ସ୍ବୀକାର କରିଛନ୍ତି ଡିପଫେକ୍‌ ଏକ ବଡ଼ ସାମଜିକ ବିପଦ। ଏଥରୁ ବର୍ତ୍ତିବା ପାଇଁ ଯେଉଁ ପ୍ରସଙ୍ଗ ଉପରେ ସରକାର ଏବଂ କମ୍ପାନି କାମ କରିବେ, ସେଗୁଡ଼ିକ ହେଲା । ପ୍ରଥମରେ, ଡିପଫେକର ଯାଞ୍ଚ କିପରି ହେବ ? ଦ୍ବିତୀୟ, ଏହାକୁ ଭାଇରାଲ ହେବାରୁ କିପରି ରୋକାଯାଇପାରିବ ? ତୃତୀୟ, କେହି ୟୁଜର କିପରି ଏହାକୁ ରିପୋର୍ଟ କରିପାରିବେ ଏବଂ ଏହା ଉପରେ ତୁରନ୍ତି କାର୍ଯ୍ୟାନୁଷ୍ଠାନ ହୋଇପାରିବ ? ଚତୁର୍ଥ, ଏଥିରୁ ଥିବା ବିପଦ ଏବଂ ସଚେତନା ବଢ଼ାଇବା ପାଇଁ ସମସ୍ତେ ମିଶି କିଭଳି କାମ କରିପାରିବେ ?

ଆହୁରି ପଢ଼ନ୍ତୁ: ସାରା ତେନ୍ଦୁଲକରଙ୍କ ଡିପ୍‌ଫେକ୍ ଫଟୋ ଭାଇରାଲ୍; ନକଲି ଏକ୍ସ ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କଲେ ସଚିନଙ୍କ ଝିଅ

ନିକଟରେ, ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା, କାଟ୍ରିନା କୈଫ ଏମିତିକି ପିଏମ ମୋଦୀଙ୍କ ଡିପଫେକ୍ ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ଏହି ପ୍ରସଙ୍ଗ ବେଶ୍ ଚର୍ଚ୍ଚା ରହିଛି। ଗଣମାଧ୍ୟମରେ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ, ଏଭଳି ଭିଡିଓର ଯାଞ୍ଚ ପାଇଁ କିଛି ପ୍ଲାଟଫର୍ମ ପ୍ରସ୍ତୁତ ଅଛନ୍ତି କିନ୍ତୁ ଆମକୁ ଏହାଠାରୁ ଅଧିକର ଆବଶ୍ୟକତା ରହିଛି। ସେ କହିଛନ୍ତି ଭିଡିଓ ବିରୋଧରେ ଖୁବ୍‌ଶୀଘ୍ର ଆଇନ ତିଆରି କରାଯିବ ଏବଂ ବୈଷୟିକ ପଦକ୍ଷେପ ଉଠାଯିବ।

ଏହି ପ୍ରସଙ୍ଗରେ ଆଗାମୀ ବୈଠକରେ ଡିସେମ୍ବର ପ୍ରଥମ ସପ୍ତାହରେ ହେବ ଏବଂ କ’ଣ ପଦକ୍ଷେପ ଉପରେ ସମୀକ୍ଷା କରାଯିବ। ଏହା ସହ ସେ କହିଛନ୍ତି ଯେ ଯେଉଁମାନେ ଡିପ୍‌ଫେକ୍‌ ଭିଡିଓ ଭାଇରାଲ କରିବେ ସେମାନଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅବଶ୍ୟ, ଏନେଇ ଆଇନ ଏବେ ଲାଗୁ ହୋଇନାହିଁ।

ଆହୁରି ପଢ଼ନ୍ତୁ: AIର ବ୍ୟବହାର ‘ଡିପ୍‌ଫେକ୍‌’ ପାଇଁ କରାଯିବା ଚିନ୍ତାଜନକ ବିଷୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.